ଓଡିଶା

ମନମୋହୁଛି ଜାରକା ଲକ୍ଷ୍ମୀନାରାୟଣ ପୁଜା

(ମହାଭାରତ/ପ୍ରିୟଦର୍ଶନୀ ସ୍ୱାଇଁ): ଧନୁସଂକ୍ରାନ୍ତି ଠାରୁ ଆରମ୍ଭ ହେଲା ଯାଜପୁର ଜିଲ୍ଲା ଜାରକାର ପ୍ରସିଦ୍ଧ ଲକ୍ଷ୍ମୀନାରାୟଣଙ୍କ ପୁୁଜା ମହୋତ୍ସବ । ଏଥି ନିମନ୍ତେ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି । ଏହି କାର୍ଯ୍ୟକ୍ରମଟି ୩ଦିନ ଧରି ଚାଲିବ । ହୋମ ଯଜ୍ଞ,ଶଙ୍କ,ମୃଦଙ୍ଗ ଶବ୍ଦରେ କମ୍ପି ଉଠୁଛି ଜାରକା ଭୁମି । ସେପଟେ ବ୍ରାହ୍ୱଣଙ୍କ ମନ୍ତ୍ରରେ ପ୍ରକମ୍ପିତ ହୋଇ ଉଠୁଛି ସମଗ୍ର ପରିବେଷ୍ଟନୀ । ଶତାଧିକ ଭକ୍ତଙ୍କ ସମାଗମକୁ ନେଇ ଜାରକା ପୋଲିସ ପକ୍ଷରୁ ବ୍ୟପକ ବନ୍ଦୋବସ୍ତ କରାଯାଇଛି । ଜାରକା ବଜାରକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଟିର କର୍ମକର୍ତ୍ତା ବିଶେଷ ଗୁରୁତ୍ୱାରୋପ କରିଛନ୍ତି । ଆଧୁନିକ ଚାକଚକ୍ୟର ପ୍ରଭାବ ଏବଂ ବନ୍ୟଜନ୍ତୁ ସୁରକ୍ଷା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ତିଆରି ହୋଇଥିବା ବାରୁଆଳୀ ଦର୍ଶକଙ୍କ ମନମୋହୁଛି ।

Related posts

ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରହିଛି; ସ୍ୱାସ୍ଥ୍ୟ ବିଭାଗ

mahabharatanews

ଆଜି କଟକ ଆସୁଛନ୍ତି ମମତା ବାନାର୍ଜୀ

mahabharatanews

ରାଜ୍ୟ ପୋଲିସରେ ୨୮ଟି ସବ୍ଇନସପେକ୍ଟର ଓ ୧୬ଟି କନେଷ୍ଟବଳ ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

mahabharatanews