ଓଡିଶା

ବିଭିନ୍ନ ଦାବି ନେଇ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ପାଳିତ

(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ଆକ୍ସନ କମିଟି ପକ୍ଷରୁ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ବିଭିନ୍ନ ଦାବି ନେଇ ବନ୍ଦ ଡାକରା ଦିଆଯାଇଛି । ଫଳରେ ବୁଧବାର ସକାଳୁ ଆନ୍ଦୋଳନକାରୀମାନେ ପିକେଟିଂ କରିଥିଲେ । ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସ, ବୀମା ଓ ବ୍ୟାଙ୍କ ବନ୍ଦ ରହିଥିଲା । ଦୋକାନ ବଜାର, ବିଦ୍ୟାଳୟ ଓ ଗାଡି ଚଳାଚଳକୁ ଏହି ବନ୍ଦରୁ ବାଦ ଦିଆଯାଇଛି । ଜିଲ୍ଲାର ଶତାଧିକ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି । ବଲାଙ୍ଗୀର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଶୀଘ୍ର ପ୍ରତିଷ୍ଠା, ଲୋକୟ ସୁକତେଲ ବିସ୍ଥାପିତଙ୍କୁ ଉଚିତ କ୍ଷତିପୂରଣ ସହ ଥଇଥାନ କରି ପ୍ରକଳ୍ପ କାମ ଆରମ୍ଭ କରିବା ଏବଂ ଶୀଘ୍ର ବାଏ ପାସ ରାସ୍ତା ନିର୍ମାଣ କରିବା ପାଇଁ ଦାବି କରି ଏହି ବନ୍ଦ ପାଳନ କରାଯାଉଛି ।

Related posts

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଆହାତ

mahabharatanews

ବେଆଇନ ବାଲି ଚାଲାଣ  ବେଳେ ଚଢ଼ାଉ : ଗୋଟିଏ ହାଇୱା ଜବତ,ଏକ ଲକ୍ଷ ଟଙ୍କା ଜୋରିମାନା

mahabharatanews

୨୮ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews