ଓଡିଶା

ବିଦ୍ୟୁତ ଆଘାତରେ ୧ ମୃତ

(ମହାଭାରତ, ଭଦ୍ରକ): ଭଦ୍ରକ ଗ୍ରାମାଞ୍ଚଳ ଥାନା ବଳଭଦ୍ରପୁର ଗାଁରେ ଏକ ଅଘଟଣ ଘଟିଛି । ବିଜୁଳି ମରାମତି କରୁଥିବା ବେଳେ କରେଣ୍ଟ ଝଟ୍କାରେ ଜଣେ ବ୍ୟକ୍ତିଙ୍କୁ ପ୍ରାଣ ହରାଇବାକୁ ପଡିଛି । ସୂଚନା ଅନୁଯାୟୀ, ଏହି ଗାଁର କୈଳାଶ ପରିଡା ନିଜ ଘରେ ବିଦ୍ୟୁତ କାମ କରୁଥିଲେ । ଏହି ସମୟରେ ଅଚାନକ କରେଣ୍ଟ ମାରିବାରୁ ସେ ଗୁରୁତର ଆହତ ହୋଇଥିଲେ । ଫଳରେ ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ । ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖା ଦେଇଥିଲା । ଏପରିକି ମୃତକଙ୍କ ପରିବାର ଲୋକେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବାକୁ ପଛାଇ ନଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚିଥିଲା । ଡାକ୍ତର ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

Related posts

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

mahabharatanews

ବର୍ଷାରେ ଭୁଶୁଡିଲା ଘରର କାନ୍ଥ : ୫ ଜଣଙ୍କ ମୃତ୍ୟୁ , ୪ ଗୁରୁତର

mahabharatanews

ପ୍ରଚଣ୍ଡ ତାତି : ସୁନ୍ଦରଗଡ଼ରୁ ସର୍ବାଧିକ ୪୧ ଜଣ ଡାକ୍ତରଖାନାରେ ଭର୍ତ୍ତି

mahabharatanews