ଓଡିଶା

ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର

ହିଂଜିଳି: ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନାପଲ୍ଲୀ ଗାଁରେ ଅ।ଜି ସକାଳୁ ସକାଳୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗାଁ ର ହରିଜନ ସାହି ନିକଟରେ ଥିବା ଏକ ଗଛରେ ଦୁଇ ଯୁବକ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ୍ୟୁର ଅସଲ କାରଣ ଜଣାପଡି ନ ଥିବା ବେଳେ ପ୍ରେମୀଯୁଗଳଙ୍କ ଅ।ତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି ।
ମୃତ ଦୁଇ ଜଣ ସେହି ଗାଁ ର ବିଜ୍ଞାନୀ ନାହାକ ଓ କୈଳାସ ନାହାକ ବୋଲି ଜଣା ପଡିଛି ।
ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ତଥା ବାଲିଛାଇ ଫାଣ୍ଡି ଅଂଚଳର ସୁନାପଲ୍ଲୀ ହରିଜନ ସାହି ନିକଟରେ ଥିବା ଏକ ଗଛରେ ଯୁବକ ଯୁବତୀଙ୍କ ମୃତ ଦେହ ଝୁଲୁ ଥିବାର ଗାଁ ଲୋକ ଦେଖିବାକୁ ପାଇଥିଲେ । ମୃତକ ଦ୍ୱୟ ଗାଁର ହରିଜନ ସାହିର ବିଜ୍ଞାନି ନାହାକ ଓ କୈଳାଶ ନାହାକ । ଏହି ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା । ଏହା ପରେ ଲୋକେ ପୋଲିସକୁ ଖବର ଦେଇଥିଲେ । ସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଁଚି ଦୁଇ ମୃତ ଦେହକୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲା । ତେବେ ମୃତ୍ୟୁର ଅସଲ କାରଣ ଜଣାପଡିଥିବା ବେଳେ ଏହା ପ୍ରେମଜନିତ ଅ।ତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ଗତ ଦୁଇ ବର୍ଷ ହେବ ଉଭୟ ଉଭୟଙ୍କୁ ଭଲ ପାଉଥିଲେ । ଏହି ଖବର ଜଣାପଡିବା ପରେ ଗତକାଲି ଗାଁରେ କୁଳ ବୈଠକ ବସିଥିଲା । ବୈଠକରେ କୌଣସି ନିଷ୍ପତ୍ତି ହୋଇ ପାରିନଥିଲା । ପୁଅ କୈଳାଶ ଝିଅକୁ ଧରି ନିଜ ଘରକୁ ଯାଇଥିଲା । କିନ୍ତୁ ଘରେ ଗ୍ରହଣ ନ କରି ଘରୁ ତଡି ଦେବା ପରେ ସେମାନେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପରିବାର ଲୋକେ ଅନୁମାନ କରିଛନ୍ତି । ଅନ୍ୟପଟେ ମୃତ ବିଜ୍ଞାନୀ ମଧ୍ୟ ଗର୍ଭବତୀ  ଥିବା ତାଙ୍କ ମା ସୂଚନା ଦେଇଛନ୍ତି ।

Related posts

ଟୁକୁଣା ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା

mahabharatanews

୨୩ ଓ ୨୪ରେ ବର୍ଷା ସମ୍ଭାବନା 

mahabharatanews

ବରିଷ୍ଠ ନେତା ରଘୁନାଥ ମହାନ୍ତି ଙ୍କ ୧୦ ମ ଶ୍ରାଦ୍ଧ ବାର୍ଷିକୀ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ଭକ୍ତି ଶ୍ରଦ୍ଧାଞ୍ଜଳୀ।

mahabharatanews