ଓଡିଶା

ବଡ଼ଚଣା: ଗାନ୍ଧୀ ସ୍ମୃତି ପୀଠ ଉଦଘାଟିତ

ଯାଜପୁର: ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ କାଲି ବଡ଼ଚଣା ର୍ନିବାଚନମଣ୍ଡଳୀ ଅନ୍ତର୍ଗତ ସୁଙ୍ଗୁଡା ପଞ୍ଚାୟତ ର ସୁଙ୍ଗୁଡ଼ା ଗ୍ରାମ ରେ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ସହ ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ ର ଉଦଘାଟନ ଏବଂ ଶିଳାନ୍ୟାସ ହୋଇଯାଇଛିୟ ଏହି ଅବସରରେ ସୁଙ୍ଗୁଦା ଗ୍ରାମ ପଞ୍ଚାୟତ ତରଫରୁ ୧୦୦ ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧନା ଦିଅ ।ଯାଇଛି ଏବଂ ଗ୍ରାମ ପଞ୍ଚାୟତ ଅଧିନସ୍ଥ ସମସ୍ତ ବିଦ୍ୟାଳୟ କୁ ଡଷ୍ଟ୍ ବିନ୍ ପ୍ରଦାନ କରାଯାଇଛିୟ ଏହି ଉତ୍ସବରେ ସୁଙ୍ଗୁଡ଼ା ଗ୍ରାମ ପଞ୍ଚାୟତ ର ସରପଞ୍ଚ  ଚାଚାଲିନ୍ ସ୍ୱାଇଁ ଙ୍କ ସଭାପତିତ୍ୱରେ ବଡ଼ଚଣା ର ବିଧାୟକ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉଦଘାଟନ କରିବା ସହ ସମସ୍ତ ପ୍ରକଳ୍ପ ର ଉଦଘାଟନ କରିଥିଲେ ଏବଂ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେୟ ଅନ୍ୟ ମାନଙ୍କ ମଧ୍ୟରେ ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଲିକ୍, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ସୁମତି ବାସ୍କେ, ବିନୋଦିନୀ ସାହୁ, ସଂଜୟ କୁମାର ସ୍ୱାଇଁ, ନାଏବ ସରପଞ୍ଚ ମର୍ସି ଅଲ୍ଲାମ୍ ପ୍ରମୁଖ ଉପସ୍ଥିତ ଥିଲେୟ

Related posts

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଭୋଟ ଗଣତି ଆରମ୍ଭ

mahabharatanews

AI ର ସଫଳ ରୂପାୟନ ପାଇଁ ଅନୁଷ୍ଠିତ ହୋଇଛି AI Impact summit 2025

mahabharatanews

ଶ୍ରେଣୀ ଗୃହରେ ଶିକ୍ଷକଙ୍କ ଆତ୍ମହତ୍ୟା

mahabharatanews