Uncategorized

୬୨% ଲୋକ ସିଏଏକୁ ସମର୍ଥନ କରୁଛନ୍ତି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଅ।ଇନକୁ ନେଇ ସାରା ଦେଶରେ ହିଂସା ବ୍ୟାପୁଥିବା ସତ୍ତେ୍ୱ ଦେଶର ୬୨ ପ୍ରତିଶତ ଲୋକ ଏହା ସପକ୍ଷରେ ରହିଛନ୍ତି ବୋଲି ଆଇଏଏନସି ଭୋଟର ସର୍ଭେ ରିପୋର୍ଟ ଦର୍ଶାଇଛି । ଅ।ଇନକୁ ବିରୋଧ କରି ଦେଶ ବ୍ୟାପୀ ଅ।ନ୍ଦୋଳନ ଚାଲିଥିଲେ ମଧ୍ୟ ତା’ର ପ୍ରଭାବ ଲୋକଙ୍କ ଉପରେ ସେତେଟା ପଡ଼ିନଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ୬୨ ପ୍ରତିଶତ ଲୋକ ଏହି ସିଏଏକୁ ସମର୍ଥନ କରିଛନ୍ତି ।

ସାରା ଦେଶରେ ଡିସେମ୍ବର୧୭ରୁ ୧୯ ଡିସେମ୍ବର ମଧ୍ୟରେ ତିନି ହଜାର ଲୋକଙ୍କୁ ନେଇ ଏହି ସର୍ଭେ ହୋଇଥିଲା । ଯେଉଁଥିରୁ ଏହି ମତ ପ୍ରକାଶ ପାଇଛି । ଏହି ତିନି ହଜାର ଲୋକଙ୍କ ମଧ୍ୟରେ ଆସାମ ବାସୀ ଏବଂ ମୁସଲିମଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ୬୨.୧ ପ୍ରତିଶତ ଲୋକ ସିଏଏକୁ ସମର୍ଥନ କରୁଥିବା ବେଳେ ୩୬.୮ ପ୍ରତିଶତ ଲୋକ ସିଏଏକୁ ବିରୋଧ କରୁଛନ୍ତି । ରିପୋର୍ଟରେ ପୂର୍ବରେ ୫୭.୩, ପଶ୍ଚିମରେ ୬୪.୨, ଉତ୍ତରପ୍ରଦେଶରେ ୬୭.୭ ଏବଂ ଦକ୍ଷିଣରେ ୫୮.୫ ପ୍ରତିଶତ ସମର୍ଥନ କରିଛନ୍ତି । ସେହିପରି ପୂର୍ବରେ ୪୨.୭ ପ୍ରତିଶତ, ପଶ୍ଚିମରେ ୩୫.୪, ଉତ୍ତରରେ ୩୧.୨ ଏବଂ ଦକ୍ଷିଣରେ ୩୮.୮ ପ୍ରତିଶତ ଲୋକ ଏହି ଆଇନକୁ ବିରୋଧ କରିଛନ୍ତି ।

ତିନି ଦେଶର ଅଳ୍ପ ସଂଖ୍ୟକ ଭାରତରେ ରହିବା ଦେଶ ପାଇଁ ବିପଦ ସୃଷ୍ଟିକରି ପାରେ ବୋଲି ସର୍ଭେ ରିପୋର୍ଟରେ କହିଛନ୍ତି । ପୂର୍ବ, ପଶ୍ଚିମ ଏବଂ ଉତ୍ତର ଭାରତର ଲୋକମାନେ । ତେବେ ଦକ୍ଷିଣ ଭାରତର ଲୋକମାନେ ଏହାର ଓଲଟା ମତ ରଖିଛନ୍ତି । ସିଏଏକୁ ନେଇ ଅ ।ସାମରେ ପ୍ରଥମେ ହିଂସା ପ୍ରଦର୍ଶନ ହୋଇଥିଲା । ଅସାମର ୭୩.୪ ପ୍ରତିଶତ ଲୋକ କହିଛନ୍ତି, ଯଦି ବିଦେଶୀ ଅ ।ସି ଭାରତରେ ରହିବେ ତା’ହେଲେ ସମାଜ ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ବିପଦ ସାବ୍ୟସ୍ତ ହୋଇପାରେ । ତେବେ ୨୧.୮ ପ୍ରତିଶତ ଏହି ମତରେ ରାଜି ନଥିଲେ । ସିଏଏକୁ ୬୫.୩ ପ୍ରତିଶତ ହିନ୍ଦୁ ମାନେ ସମର୍ଥନ କରିଥିବା ବେଳେ ମୁସଲମାନେ ୬୭.୫ ପ୍ରତିଶତ ସମର୍ଥନ କରିଛନ୍ତି । ୫୮.୬ ପ୍ରତିଶତ ଲୋକ ସରକାରଙ୍କୁ ସମର୍ଥନ କରିଥିବା ବେଳେ ୩୧.୭ ପ୍ରତିଶତ ଲୋକ ବିରୋଧୀଙ୍କୁ ସମର୍ଥନ କରିଛନ୍ତି ।

Related posts

ସୁସ୍ଥ ସମାଜ ଗଠନ ଦିଗରେ ଦାୟିତ୍ୱବୋଧ ଭୁଲିନାହାନ୍ତି ଇତିଶ୍ରୀ ପୁହାଣ

mahabharatanews

ମହାରାଷ୍ଟ୍ରରେ ପୁଣି ୩୦ ଟ୍ରେନ ବାତିଲ

mahabharatanews

୭ ମହିଳାଙ୍କୁ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହସ୍ତାନ୍ତର

mahabharatanews