Uncategorized

ନାସିକ ରେଳ ଷ୍ଟେସନରେ ‘ଅକ୍ସିଜେନ ପାର୍ଲର’

(ନାସିକ): ସହରରେ ବାୟୁ ପ୍ରଦୂଷଣ ବିରୋଧରେ ମୁକାବିଲା କରିବା ସହ ଯାତ୍ରୀମାନଙ୍କୁ ନିର୍ମଳ ବାୟୁ ଗ୍ରହଣ କରିବାର ଅନୁଭୂତି ଦେବା ପାଇଁ ନାସିକ ରେଳଷ୍ଟେସନରେ ଏକ ‘ଅକ୍ସିଜେନ ପାର୍ଲର’ର ଶୁଭାରମ୍ଭ କରାଯାଇଛି । ବାୟୁ ପ୍ରଦୂଶଣ ରୋକିବା ଦିଗରେ ଏଭଳି ଅଭିନବ ପ୍ରଣାଳୀ ଆପଣାଇବାରେ ନାସିକ ଦେଶର ପ୍ରଥମ ରେଳଷ୍ଟେସନ । ଷ୍ଟେସନର ୧୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଫୁଲକୁଣ୍ଡରେ ଗଛ ଲଗାଯାଇଛି । ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ (ନାସା)ର ଅନୁରୋଧ କ୍ରମେ ଏପରି ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି । ରେଳ ଷ୍ଟେସନରେ ୧୫ ଶହ ଗଛ ରଖାଯାଇଛି । ଏହା ବାୟୁ ପ୍ରଦୂଶଣ କମ୍ କରିବାରେ ସହାୟକ ହେବ ବୋଲି ଷ୍ଟେସନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ୧୯୮୯ରେ ନାସା ଏକ ଅଧ୍ୟୟନ କରିଥିଲା । କେଉଁ ଉଦ୍ଭିଦ ବାୟୁମଣ୍ଡଳରୁ ୫ଟି ସବୁଠାରୁ କ୍ଷତିକାରକ ପ୍ରଦୂଷଣ ଉପାଦାନ ବିଶୋଷଣ କରୁଛି, ତାହା ଚିହ୍ନଟ କରାଯାଇଥିଲା । ଏହି ରିପୋର୍ଟ ଆଧାରରେ ନାସା, ରେଳ ଷ୍ଟେସନଗୁଡିକରେ ଏପରି ଅକ୍ସିଜେନ ପାର୍ଲର ପ୍ରତିଷ୍ଠା କରିବା ପାଇଁ ଅନୁରୋଧ କରିଥିଲା ବୋଲି ସୋମବାର ଦିନ ଷ୍ଟେସନ କର୍ତ୍ତୃପକ୍ଷ କହିଛନ୍ତି ।

Related posts

ସୁପ୍ରିମକୋର୍ଟଙ୍କ ଉପରେ ବିଶ୍ୱାସ ଅଛି: ନିର୍ଭୟାଙ୍କ ମା’

mahabharatanews

୨୦ହଜାର କୋଟି ଖରାପ ଋଣ ରାଣାଙ୍କ ନିର୍ଦ୍ଦେଶରେ ହୋଇଥିଲା: ଇଡି

mahabharatanews

ବୋଲସୋନାରୋ ସାଧାରଣତନ୍ତ୍ର ଦିବସ ମୁଖ୍ୟ ଅତିଥି

mahabharatanews

Leave a Comment