ଓଡିଶା

ରେଭେନ୍ସା ପିକ୍ନିକ୍ ବସ ଦୁର୍ଘଟଣାଗ୍ରସ୍ତ, ୩୫ ଛାତ୍ରଛାତ୍ରୀ ଆହତ

ମହାଭାରତ : କଟକରୁ ପିକ୍ନିକ୍ ପାଇଁ ଯାଇଥିବା ଏକ ବସ୍ ଗଞ୍ଜାମ ଜିଲ୍ଲା ତପ୍ତପାଣି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତପ୍ତପାଣି ଘାଟିରେ ବସ ବ୍ରେକ୍ ଫେଲ ହୋଇ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ୩୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟର ଏକ ପିକ୍ନିକ୍ ବସ ଛାତ୍ରଛାତ୍ରୀଙ୍କୁ ନେଇ ଗଞ୍ଜାମ ଓ ଗଜପତି ଯାଇଥିଲା । ବସରେ ୫୨ ଜଣ ଛାତ୍ରଛାତ୍ରୀ ଥିଲେ । ତପ୍ତପାଣି ଘାଟି ଠାରେ ବସ୍ର ବ୍ରେକ ଫେଲ ହୋଇଯିବାରୁ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ପରେ ଘାଟିର ହନୁମାନ ମନ୍ଦିର ନିକଟରେ ଥିବା ରାସ୍ତାରେ ଓଲଟି ପଡିଥିଲା । ଏଥିରେ ବସରେ ଥିବା ୩୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପିକ୍ନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣାସ୍ଥଳରୁ ଫେରାର ହୋଇଥିବା ସୂଚନା ମିଳିଛି ।

Related posts

କରୋନା ସମ୍ପର୍କିତ ଗୁଜବ ପ୍ରଚାର କରି ଯୁବକ ଗିରଫ

mahabharatanews

ଆଜି ମହାବିଷୁବ ସଂକ୍ରାନ୍ତି 

mahabharatanews

ଖୁବ୍ ଶୀଘ୍ର ନୂଆ ତାଲିକା, ଆଉ ୮ଲକ୍ଷ ହିତାଧିକାରୀ ପାଇବେ ରାସନକାର୍ଡ

mahabharatanews

Leave a Comment