ରାଜନୀତି

ଓଡିଶାରୁ ପଞ୍ଜାବ ସବୁଠି ବବିଙ୍କ ପ୍ରଶଂସା

ମହାଭାରତ, ଭୁବନେଶ୍ୱର : ପୁରୀର ସୌନ୍ଦର୍ଯ୍ୟକରଣରେ ନବୀନ ସରକାରଙ୍କ ପଦକ୍ଷେପକୁ ଯେତିକି ପ୍ରଶଂସା କରାଯାଉ ନାହିଁ, ତାଠୁ ଅଧିକ ପ୍ରଶଂସା ମିଳୁଛି ପ୍ରଣବ ପ୍ରକାଶ ବା ବବି ଦାସଙ୍କୁ । କାରଣ ଏହି ସୌନ୍ଦର୍ଯ୍ୟକରଣର ପୂରା ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଦେଇଥିଲେ ତାଙ୍କ ପ୍ରଥମ ପସନ୍ଦ ଓ ବିଶ୍ୱସ୍ଥ ବିଧାୟକ ବବିଙ୍କୁ । ପୁରୀବାସୀଙ୍କୁ ବୁଝାସୁଝା କରିବା, ଉଚ୍ଛେଦ ଦୋକାନୀଙ୍କ ଥଇଥାନ, କ୍ଷତିପୂରଣକୁ ନେଇ କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିବାର ଭାର ଥିଲା ବବିଙ୍କ ଉପରେ । ବବି ମଧ୍ୟ ତାଙ୍କ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରି ସରକାରଙ୍କୁ ବହୁ ଅଡୁଆରୁ ରକ୍ଷା କରିବାରେ ସକ୍ଷମ ହୋଇଥିଲେ ।

ତେବେ ପୁରୀର ମଙ୍ଗୁ ମଠ ଉଚ୍ଛେଦକୁ ନେଇ ଶିଖ ସଂଗଠନ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ । ଏଥିନେଇ ଶିଖ ସଂଗଠନ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେବେ ଗତକାଲି ପଞ୍ଜାବ ବିଧାୟକ ସମର୍ଜିତ ସିଂହ ବେନ ଓଡିଶା ଗସ୍ତରେ ଆସି ଓଡିଶା ସରକାରଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନାରେ ମୁଖ୍ୟ ଭୂମିକା ତୁଲାଇଥିଲେ ବବି । ଆଲୋଚନା ପରେ ପଞ୍ଜାବ ବିଧାୟକ ସିଂହ ଗଣମାଧ୍ୟମକୁ ପ୍ରତ୍ରିକିୟା ଦେବା ସମୟରେ ଓଡିଶା ସରକାର, ପ୍ରଶାସନକୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଥିବା ବେଳେ ଏକାଧିକ ଥର ବବିଙ୍କ ନାମ ନେଇଥିଲେ । ସେ ତାଙ୍କୁ ନିଜର ଭାଇ କହିଥିଲେ । ପୁରୀର ସୌନ୍ଦର୍ଯ୍ୟକରଣରେ ବବିଙ୍କ ଭୂମିକା ସହ କାଲିର ଆଲୋଚନାରେ ତାଙ୍କ ବୌଦ୍ଧିକ ଆଲୋଚନା ନିଶ୍ଚିତ ପ୍ରଶଂସା ଯୋଗ୍ୟ । ଏହା ବବିଙ୍କ ସାଂଗଠନିକ ଦକ୍ଷତା ଓ କର୍ମ ଚାତୁରୀ ଯୋଗୁ ସମ୍ଭବ ହୋଇଥିବା କୁହାଯାଇଥିଲା ।

ବାସ୍ତବରେ ବବି ଯେଉଁ କାମ ହାତକୁ ନେଇଛନ୍ତି ତାହା କରି ଦେଖାଇଛନ୍ତି । ରବିବାର ବାରବାଟୀରେ ଅନୁଷ୍ଠିତ ହୋଇଥିବା ଭାରତ ଅଷ୍ଟ୍ରେଲିଆ ମ୍ୟାଚର ସଫଳତାର ସିରପା ମଧ୍ୟ ବବିଙ୍କ ମୁଣ୍ଡକୁ ଯାଇଥିଲା । ବବି ଓସିଏ ସଭାପତି ନିର୍ବାଚନଠାରୁ ଆରମ୍ଭ କରି ସଭାପତିଙ୍କ ନେତୃତ୍ୱରେ ବାରବାଟୀ ମ୍ୟାଚକୁ ସଫଳ କରାଇବାର ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ପରୋକ୍ଷ ତତ୍ୱାବଧାନରେ ଓସିଏ ସଭାପତି ହେବାରେ ସକ୍ଷମ ହୋଇଥିଲେ ଆଶୀର୍ବାଦଙ୍କ ପୁଅ ସଞ୍ଜୟ ବେହେରା । ବାରବାଟୀ ମ୍ୟାଚରେ ଗତ ଥର ହୋଇଥିବା ଅନିୟମତତା ପାଇଁ ଦୁଇ ବର୍ଷ ହେଲା ବାରବାଟୀରେ ମ୍ୟାଚ ପାଇଁ ବିସିସିଆଇ କଟକଣା ଲଗାଇଥିଲା । ତେବେ ସଂଜୟ ବବିଙ୍କ ନିର୍ଦ୍ଦେଶମୁତାବକ କାର୍ଯ୍ୟ କରି ମ୍ୟାଚକୁ ସଫଳ କରିଥିଲେ । ମ୍ୟାଚ ପୂର୍ବରୁ ମଧ୍ୟ ବବି ଷ୍ଟାଡିୟମର ପରୀକ୍ଷଣ କରିଥିଲେ । କେବଳ ଏହି ଦୁଇଟି ଘଟଣା ନୁହେଁ, ପ୍ରତ୍ୟେକ କାର୍ଯ୍ୟରେ ବବି ତୃଣମୂଳ ସ୍ତରରୁ ନିଜର କାର୍ଯ୍ୟ କରିଥାନ୍ତି ତଥା ଆମୂଳ ଚୂଳ ସମସ୍ତ ପର୍ଯ୍ୟାୟକୁ ନିଜ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ପାଦନ କରିଥାନ୍ତି । ତାଙ୍କର ଏହି କାର୍ଯ୍ୟନିଷ୍ଠତା ପାଇଁ ସେ ସଦା ପରିଚିତ ।

Related posts

ଗୁଜୁରାଟରୁ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ହେବେ ବିଜେପତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟ ପ୍ରକାଶ ନାଡ୍ଡ

mahabharatanews

ଆରଏସଏସ ବିଜେପିର ଦୃଷ୍ଟିକୋଣରୁ ଦେଖିବା ଏକ ବଡ଼ ଭୁଲ…

mahabharatanews

ବଡଚଣା ବ୍ଲକ ପଞ୍ଚାୟତ ସ୍ତରରେ ଉପନିର୍ବାଚନର ଘୋଷଣା ହେଲା ଫଳାଫଳ

mahabharatanews