Uncategorized

ଲକ୍ଷେ୍ନøରେ ୨୫ ଯାଏ ଇଣ୍ଟରନେଟ ସେବା ବନ୍ଦ

(ମହାଭାରତ, ଲକ୍ଷେ୍ନø): ନାଗରିକତା ସଂଶୋଧନ ଆଇନକୁ ନେଇ ଗତ ଏକ ସପ୍ତାହ କାଳ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ହିଂସା ଓ ବିକ୍ଷୋଭ ପ୍ରଦର୍ଶନ ଦେଖାଯାଇଛି । ଫଳରେ ଏଥିରେ ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡିକରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ରାଜଧାନୀ ଲକ୍ଷେ୍ନøରେ ଡିସେମ୍ବର ୨୫ ଯାଏଁ ଇଣ୍ଟରନେଟ ସେବା ଯୋଗାଣ ବନ୍ଦ ରଖାଯିବ ବୋଲି ଜିଲ୍ଲାପାଳ ଅଭିଶେକ ପ୍ରକାଶ ଏକ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସୋମବାର ରାତି ୮ଟା ପରଠାରୁ ଏହି ସେବା ବନ୍ଦ କରି ଦିଆଯାଇଛି । ଆଗାମୀ ୨୫ ତାରିଖ ଯାଏ ଲକ୍ଷେ୍ନøରେ ଏହି କଟକଣା ଜାରି ରହିବ । ସୂଚନାଯୋଗ୍ୟ, ଦେଶରେ ଅନେକ ସ୍ଥାନରେ ନାଗରିକତା ସଂଶୋଧନ ଆଇନକୁ କେନ୍ଦ୍ର କରି ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ଆଇନ ବଳରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ, ପାର୍ସି ଆଦି ଲୋକଙ୍କୁ ଭାରତର ନାଗରିକତା ଦେବା ପାଇଁ ସରକାର ଆଗ୍ରହ ପ୍ରକାଶ କରିଛନ୍ତି ।

Related posts

ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କୁ ଇଡିର ଜେରା

mahabharatanews

ପୂଜା କରିବାବେଳେ ପତ୍ନୀଙ୍କୁ ସ୍ୱାମୀଙ୍କ କେଉଁ ପାଶ୍ୱର୍ରେ ବସିବା ଉଚିତ୍, ଜାଣିଛନ୍ତି କି?

mahabharatanews

ସିଲ୍‌ ହେଲା ଦିଲ୍ଳୀର ୧୩ଟି କୋଚିଂ ‌ସେଣ୍ଟର୍‌

mahabharatanews