ଓଡିଶା

ଶିଶୁକୁ ଦୁଷ୍କର୍ମ ଅଭିଯୋଗ

(ମହାଭାରତ, ଦେବଗଡ): ଦେବଗଡ ଜିଲ୍ଲା ରିଆମାଳ ଅଞ୍ଚଳରେ ଜଣେ ଶିଶୁ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଜଣେ ୪ ବର୍ଷର ଶିଶୁକୁ ଦୁଇ ଜଣ ନାବାଳକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଖେଳିବାକୁ ଡାକି ନେଇ ସେମାନେ ଏହି କାଣ୍ଡ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ୨ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ଶିଶୁକୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଡାକ୍ତରୀ ମାଇନା କରାଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Related posts

ପ୍ରଚଣ୍ଡ ଖରା; ସ୍କୁଲରେ ୬ରୁ ପାଠପଢ଼ା ଆରମ୍ଭ 

mahabharatanews

ନେତାଜୀ ସଂଗ୍ରହାଳୟ ବୁଲିଲେ ରାଷ୍ଟ୍ରପତି

mahabharatanews

ବିଜେଡିର ଦ୍ଵିତୀୟ ଲୋକସଭା ପ୍ରାର୍ଥୀ ତାଲିକା

mahabharatanews