ଓଡିଶା

ସାକ୍ଷୀଗୋପିନାଥ ଦେବଙ୍କର ସ୍ୱତନ୍ତ୍ର ନୀତିକାନ୍ତି

ଗୋପ: ପୁରୀ ଜିଲ୍ଲାର ଅନ୍ୟତମ ବୈଷ୍ଠବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରରେ ସୂର୍ଯ୍ୟ ପରାଗ ଗ୍ରହଣ ପାଇଁ ସାକ୍ଷୀଗୋପିନାଥ ଦେବଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ମଣିଷଙ୍କ ପାଇଁ ଯେପରି ଗ୍ରହଣ ଦୋଷ ବା ପାକ ନିଷେଧ କରାଯାଇଛି ସେହିପରି ଦେବତାଙ୍କ ପାଇଁ ମଧ୍ୟ ନିୟମ ରହିଛି । ଏହି ସୂର୍ଯ୍ୟ ପରାଗ ପାଇଁ ବୁଧବାର ରାତି ୮ ମଧ୍ୟରେ ବଡ ସିଂହାର କରାଯିବା ପରେ ତଡପଲାଗି କରାଯାଇଛି । ରାତିରେ ଠାକୁରଙ୍କ ପହଡ ପଡିନଥିଲା । ସକାଳ ୮.୨୧ରେ ସୂର୍ଯ୍ୟପରାଗ ବା ଗ୍ରହଣ ଲାଗିଥିଲା । ସକାଳ ୮.୩୦ରେ ଗ୍ରହଣ ସ୍ନାନ ଠାକୁରଙ୍କୁ କରାଯାଇ ପରେ ଗ୍ରହଣ ଭୋଗ ହୋଇଛି । ୯.୧୫ରେ ଠାରୁରଙ୍କ ବଡ ସିଂହାର ବେଶ ଅ ।ଳତୀ କରାଯାଇ ପହଡ ପଡିଥିଲା । ୧୦ ଟାରେ ମନ୍ଦିର ପହଡ ଖୋଲିବା ପରେ ଠାକୁରଙ୍କ ଦୈନଦିନ ନୀତି କାନ୍ତି କରାଯାଇଥିଲା ବୋଲି ମନ୍ଦିର ସୁପର ଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୂଚନା ଦେଇଥିଲେ ।

Related posts

ଆଜିଠାରୁ ରାଜ୍ୟରେ ବିଦ୍ଧିବଦ୍ଧ ଭାବେ କାର୍ଯ୍ୟକରିବ ଡିଲଏଟ କମ୍ପାନୀ

mahabharatanews

ଉତ୍କଳ ବିକାଶ ପରିଷଦ ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ

mahabharatanews

ରାଜ୍ୟରେ କାରୋନା ସଂକ୍ରମଣ ବଢିଛି ; ୧୬୭ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews