ଓଡିଶା

ଦନ୍ତା ଆକ୍ରମଣରେ ମହିଳା ମୃତ

(ମହାଭାରତ, ଅନୁଗୁଳ): ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳର ବଜ୍ରକୋଟ ଗାଁରେ ଜଣେ ମହିଳାଙ୍କୁ ଦନ୍ତା ଦଳି ଦେଇଛି । ମୃତକ ଜଣକ ବଜ୍ରକୋଟ ଗାଁର ବାସିନ୍ଦା ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ରବିବାର ସକାଳେ ମହିଳା ଜଣକ ତାଙ୍କ ଝିଅ ସାଙ୍ଗରେ ଭୁବନେଶ୍ୱର ଯିବା ପାଇଁ ବସ୍ ଧରିବାକୁ ଗାଁ ଛକକୁ ଆସୁଥିଲେ । ଏହି ସମୟରେ ସେମାନେ ଏକ ହାତୀ ହାବୁଡରେ ପଡିଯାଇଥିଲେ । ହାତୀ ନୟନୀଙ୍କୁ ଦଳି ଦେଇଥିଲା । କିନ୍ତୁ ତାଙ୍କ ସେଠାରୁ ଦୌଡି ପଳାଇଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଘଟଣା ପରେ ଗାଁରେ ଭୟର ବାତାବରଣ ଖେଳି ଯାଇଛି । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି । ସୂଚନାଯୋଗ୍ୟ, ଉକ୍ତ ଦନ୍ତା ହାତୀଟି ନିକଟସ୍ଥ ଓଳନ୍ଦ ଗାଁର ନବ କିଶୋର ସେଠୀଙ୍କ ଘର ଭିତରେ ପଶି ତାଙ୍କୁ ଦଳି ଦେଇଥିଲା ।

Related posts

ବିଜେପିରେ ଆନୁଷ୍ଠାନୀକ ଭାବେ ସାମିଲ ହୋଇଛନ୍ତି ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ

mahabharatanews

ପୁଣି ୭୫ ମିଟର ସୁରକ୍ଷା ଜୋନ ଉଚ୍ଛେଦ ଆରମ୍ଭ

mahabharatanews

ପାଟଣା ବ୍ଲକରେ ପ୍ରଥମ କରୋନା ଆକ୍ରନ୍ତା ଚିହ୍ନଟ

mahabharatanews