ଓଡିଶା

ଦନ୍ତା ଆକ୍ରମଣରେ ମହିଳା ମୃତ

(ମହାଭାରତ, ଅନୁଗୁଳ): ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳର ବଜ୍ରକୋଟ ଗାଁରେ ଜଣେ ମହିଳାଙ୍କୁ ଦନ୍ତା ଦଳି ଦେଇଛି । ମୃତକ ଜଣକ ବଜ୍ରକୋଟ ଗାଁର ବାସିନ୍ଦା ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ରବିବାର ସକାଳେ ମହିଳା ଜଣକ ତାଙ୍କ ଝିଅ ସାଙ୍ଗରେ ଭୁବନେଶ୍ୱର ଯିବା ପାଇଁ ବସ୍ ଧରିବାକୁ ଗାଁ ଛକକୁ ଆସୁଥିଲେ । ଏହି ସମୟରେ ସେମାନେ ଏକ ହାତୀ ହାବୁଡରେ ପଡିଯାଇଥିଲେ । ହାତୀ ନୟନୀଙ୍କୁ ଦଳି ଦେଇଥିଲା । କିନ୍ତୁ ତାଙ୍କ ସେଠାରୁ ଦୌଡି ପଳାଇଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଘଟଣା ପରେ ଗାଁରେ ଭୟର ବାତାବରଣ ଖେଳି ଯାଇଛି । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି । ସୂଚନାଯୋଗ୍ୟ, ଉକ୍ତ ଦନ୍ତା ହାତୀଟି ନିକଟସ୍ଥ ଓଳନ୍ଦ ଗାଁର ନବ କିଶୋର ସେଠୀଙ୍କ ଘର ଭିତରେ ପଶି ତାଙ୍କୁ ଦଳି ଦେଇଥିଲା ।

Related posts

ନଦୀପଠାରେ ଛାତ୍ରୀଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେ

mahabharatanews

ଘରକୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ଯୁବକ

mahabharatanews

ଶତାଧିକ ଲୋକଙ୍କ ସୁଖ, ଦୁଃଖ ବିଭିନ୍ନ ସମସ୍ୟା ପଚାରି ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

mahabharatanews