ଓଡିଶା

ଜଳେଶ୍ୱରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ

(ମହାଭାରତ, ଜଳେଶ୍ୱର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଭଞ୍ଜକଳା ମଣ୍ଡପରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା ସୁଦର୍ଶନ ଦାସଙ୍କ ଆହ୍ୱାନ କ୍ରମେ ଏଠାରେ ଏକ ସମାବେଶର ଆୟୋଜନ କରାଯାଇଥିଲା । ଏଥିରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ । ଏହି ଅବସରରେ ନବୀନ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯିବା ସହ ସିଏଏ ଆଇନ, ଏନଆରସି ପ୍ରସଙ୍ଗକୁ କଡା ନିିନ୍ଦା କରାଯାଇଥିଲା । ଭାରତୀୟ ନାଗରିକମାନଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିବା ପାଇଁ ମୋଦି ସରକାରଙ୍କର ଏହା ଏକ ଷଡଯନ୍ତ୍ର, ଯାହାକୁ କଂଗ୍ରେସ କଦାପି ବରଦାସ୍ତ କରିବ ନାହିଁ ବୋଲି ଏଥିରେ ଉପସ୍ଥିତ ନେତାମାନେ କହିଥିଲେ । ବିଜେପି ସରକାର ପାଇଁ ଦେଶର ଅର୍ଥନୀତି ଆଜି ଶୋଚନୀୟ ଅବସ୍ଥାରେ ପହଞ୍ଚିଛି । ତେଣୁ ଦେଶରେ ସୁଶାସନ ପ୍ରତିଷ୍ଠା ପାଇଁ କଂଗ୍ରେସ ଉପରେ ଆସ୍ଥା ରଖିବାକୁ ଏହି ସମାବେଶରେ ଉପସ୍ଥିତ ନେତୃତ୍ୱ ମଣ୍ଡଳି କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ ।

Related posts

ହୀରାକୁଦର ଆଉ ୪ ଗେଟ ଖୋଲିଲା

mahabharatanews

ପଙ୍କଉଧାର ଓ ଗାଡୱାଲ ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ

mahabharatanews

ଡମ୍ଫର ଓନର୍ସ ୟୁନିଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କାର ସହାୟତା

mahabharatanews