ଓଡିଶା

ପ୍ରେମିକର ଅତ୍ୟାଚାର ସହି ନପାରି ଯୁବତୀଙ୍କ ଆତ୍ମହତ୍ୟା

(ମହାଭାରତ, ଯାଜପୁର): ଯାଜପୁର ଜିଲ୍ଲା ସଦର ଥାନା ବେଣୀପୁର ଗାଁରେ ଜଣେ ଯୁବତୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପ୍ରେମିକର ଅତ୍ୟାଚାରରେ ଅତିଷ୍ଠ ହୋଇ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ପ୍ରେମ ଜାଲରେ ଫସାଇ ଜଣେ ଯୁବକ କିଛିଦିନ ତଳେ ଉକ୍ତ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିଲା । ପରେ ତାଙ୍କୁ ହଇରାଣ କରିବା ସହ ମାଡ ମାରୁଥିଲା । ଫଳରେ ଯୁବତୀ ଜଣକ ନିଜ ବାପ ଘରେ ଆସି ରହୁଥିଲେ । ଯୁବକ ଜଣକ ଏହା ପରେ ମଧ୍ୟ ଯୁବତୀଙ୍କ ଘରକୁ ଆସି ବାରମ୍ବାର ତାଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରୁଥିଲେ । ଫଳରେ ଯୁବକଙ୍କ ଏଭଳି ଅତ୍ୟାଚାର ଅସହ୍ୟ ହେବାରୁ ଯୁବତୀ ଜଣକ ଗତ ରବିବାର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ଡାକ୍ତରଖାନାକୁ ପଠାଇଛି । ଏହି ଘଟଣାର ଅଭିଯୁକ୍ତ ସୁଜିତ ମଲ୍ଲିକଙ୍କୁ ଗିରଫ କରିବାକୁ ନାବାଳିକାଙ୍କ ପରିବାର ଲୋକଙ୍କ ପକ୍ଷରୁ ଦାବି କରାଯାଇଛି ।

Related posts

ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା, ଓ୍ଵାର୍ଣ୍ଣିଂ ଜାରି

mahabharatanews

 ରଥ ଦଉଡି ଛିଡ଼ିବା ଘଟଣା : ଆଖି ବୁଜିଲେ  ଭୋଇ ସେବକ

mahabharatanews

ଗୋବିନ୍ଦପୁର ଗାଁରେ ସତ୍ୟ ସେବକ ଯୁବ ସଙ୍ଘର ବୃକ୍ଷ ରୋପଣ

mahabharatanews