ଓଡିଶା

ଶିଶୁ କଲ୍ୟାଣ ମନ୍ତ୍ରୀଙ୍କ ସାକ୍ଷୀଗୋପିନାଥ ଦର୍ଶନ

ଗୋପ: ନୂତନ ବର୍ଷ ପାଇଁ ପୁରୀ ଜିଲ୍ଲା ସାକ୍ଷୀ ଗୋପିନାଥ ମନ୍ଦିରରେ ଦର୍ଶାନଥୀଙ୍କର ଗହଳି ଲାଗି ରହିଛି । ନବବର୍ଷ ଉପଲକ୍ଷେ ରାଜ୍ୟ ମହିଳା ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ ସାକ୍ଷୀଗୋପିନାଥ ଦେବଙ୍କୁ ପୂଜାର୍ଚ୍ଚନା ଓ ଦର୍ଶନ କରି ଦେଶବାସୀଙ୍କ କଲ୍ୟାଣ ଓ ମୁଖ୍ୟମନ୍ତ୍ରୀଙ୍କର କଲ୍ୟାଣ କାମନା କରିଛନ୍ତି । ପରେ ପରେ ବୀରଗୋବିନ୍ଦପୁର ସ୍ଥିତ ମା ଦକ୍ଷୀଣକାଳୀଙ୍କୁ ଦର୍ଶନ କରିଥିବାର ଜଣାପଡିଛି । ସତ୍ୟବାଦୀର ସାମାଜିକକର୍ମୀ ସୁରେଶ କୁମାର ସାହୁ ତାଙ୍କ ସହିତ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପିନାଥ ଠାକୁରଙ୍କର ପହଲି ଭୋଗ ନୀତିକାନ୍ତି ·ଲିଥିବାରୁ ପ୍ରତିଦିନ ରାତିରୁ ମନ୍ଦିର ଉନ୍ମୋଚିତ କରାଯାଇ ଠାକୁରଙ୍କ ସ୍ୱତନ୍ତ୍ର ପହିଲି ଭୋଗ କରାଯାଉଛି । ନବ ବର୍ଷ ଉପଲକ୍ଷେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ଦିରରେ ଭକ୍ତ ମାନଙ୍କର ଗହଳି ପରିଲକ୍ଷିତ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଦର୍ଶନୀର୍ଥଙ୍କ ଏଠାରେ ଭିଡ ଦେଖିବାକୁ ମିଳୁଛି ।

Related posts

ଆଜି ରାଜ୍ୟରେ ପହଞ୍ଚିବ ୫ ଶ୍ରମିକ ସ୍ପେଶାଲ ଟ୍ରେନ୍

mahabharatanews

ଗାତରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

mahabharatanews

ସେଲ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର: ୨୫୦ ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ଚିକିତ୍ସା

mahabharatanews