ଓଡିଶା

ମାଡ ମାରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଗିରଫ

(ମହାଭାରତ, ନୂଆପଡା): ଜଣେ ବ୍ୟକ୍ତିଙ୍କୁ ମାଡ ମାରିବା ଅଭିଯୋଗରେ ନୂଆପଡା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ବାଳକୃଷ୍ଣ ଶବର ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ, ଗତ ଡିସେମ୍ବର ୨୯ ତାରିଖରେ ଖଡିଆଳ ଥାନା ପୁଟୁପଡାରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା । ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଘଟଣାସ୍ଥଳକୁ ଯାଇ ଗଣ୍ଡଗୋଳକୁ ଉସୁକାଇବା ସହ ଜଣେ ବ୍ୟକ୍ତିଙ୍କୁ ମାଡ ମାରିଥିଲେ । ପରେ ତାଙ୍କ ଅଟୋକୁ କିଛି ଲୋକ ଭାଙ୍ଗି ଦେଇଥିଲେ । ଏନେଇ ଉକ୍ତ ବ୍ୟକ୍ତିଙ୍କ ବାପା ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ତେବେ ସେଠାରେ ମଧ୍ୟ ତାଙ୍କୁ ଉକ୍ତ ବ୍ଲକ ଅଧ୍ୟକ୍ଷ ମାଡ ମାରିବା ସହ ପୋଲିସକୁ ଗାଳିଗୁଲଜ କରିଥିଲେ । ଏନେଇ ପୋଲିସ ଆଜି ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନାଯୋଗ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ବାଳକୃଷ୍ଣଙ୍କ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ପୂର୍ବରୁ ୧୪ଟି ମାମଲା ରହିଛି ।

Related posts

ରାଜଧାନୀରେ ଆଗାମୀ ତିନି ଘଣ୍ଟା ପ୍ରବଳ ବର୍ଷା  ସମ୍ଭାବନା

mahabharatanews

ୱାର୍ଡ ମେମ୍ବରଙ୍କ ସହ ଧାରଣା ଦେଲେ ସରପଞ୍ଚ

mahabharatanews

ରାଜ୍ୟରେ ୨୫ ହଜାର କୋଟି ନିବେଶ କରିବ ବେଦାନ୍ତ

mahabharatanews