Uncategorized

ଆନ୍ଧ୍ରରେ ଦୁର୍ଘଟଣା, ୬ ଓଡ଼ିଆ ମୃତ

(ମହାଭାରତ, ପାରଳାଖେମୁଣ୍ଡି): ଆନ୍ଧ୍ରପ୍ରଦେଶର ମଞ୍ଜୁଷା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ କାର ଦୁର୍ଘଟଣା ଘଟିଛି । ଏଥିରେ ୬ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ମହିଳା, ୨ ପୁରୁଷ ଓ ଜଣେ ଶିଶୁ ରହିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତି ଜଣକ କାରର ଡ୍ରାଇଭର ବୋଲି ଜଣାପଡିଛି । ତାଙ୍କୁ ପଲାସା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ଓଡ଼ିଆ ଏକ କାର ଯୋଗେ ବିଶାଖାପାଟଣା ସୀମାଞ୍ଚଳର ଏକ ମନ୍ଦିରକୁ ବୁଲିବାକୁ ଯାଇଥିଲେ । ଶନିବାର ସକାଳେ ଓଡ଼ିଶା ଫେରିବା ବେଳେ ମଞ୍ଜୁଷା ନିକଟରେ ଏହି ଦୁର୍ଘଟଣା ଘଟିଛି । ସେମାନଙ୍କ କାର ଏକ କଲଭର୍ଟରେ ପିଟି ହୋଇ ରାସ୍ତା କଡରେ ଥିବା କେନାଲକୁ ଓଲଟି ପଡିଥିଲା । ସମସ୍ତ ମୃତାହତଙ୍କ ଘରର ଠିକଣା ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ଦିଲ୍ଲୀ ହିଂସା: ଇରାନ ପରେ ପାକିସ୍ତାନର ବୟାନ

mahabharatanews

ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ସୁପ୍ରିମକୋର୍ଟଙ୍କ ପ୍ରଶଂସା

mahabharatanews

ନୂଆଖାଇ ଜୁହାର ଜଣାଇଲେ ମୋଦି

mahabharatanews