Uncategorized

ଦାଉଦର ଜନ୍ମଦିନ ପାଳିବା ଅଭିଯୋଗରେ ଜଣେ ଗିରଫ

(ମହାଭାରତ / ମଧୁସ୍ମିତା ତ୍ରିପାଠୀ): ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମର ଜନ୍ମଦିନ ପାଳନ କରି ମୁମ୍ବାଇ ସହରର ଡୋଙ୍ଗରୀରୁ ଜଣେ ବ୍ୟକ୍ତିକୁ କ୍ରାଇମ ବ୍ରାଞ୍ଚ ପୋଲିସ ଗିରଫ କରିଛି । ତେବେ ଫେସବୁକ୍ରେ ନିଜର ଫଲୋଅର୍ସ ବଢାଇବାକୁ ବ୍ୟକ୍ତି ଜଣକ ଏଭଳି କରିଥିଲେ ବୋଲି ପୋଲିସ ପଚରାଉଚରା କରିବାରୁ କହିଛନ୍ତି । ଏହା ସହ ସେ ଦାଉଦର ପରିଚିତ । ଏଣୁ ତାର ଜନ୍ମଦିନ ପାଳୁଥିଲା ବୋଲି କହିଛି । ସୂଚନା ଅନୁଯାୟୀ, ବ୍ୟକ୍ତି ଜଣକ ଦାଉଦର ଜନ୍ମଦିନ ପାଳନ କରୁଥିବାର ଭିଡିଓ ରେକର୍ଡିଂ କରିର ସୋସିଆଲ ମିଡିଆରେ ସେୟାର କରିଥିଲେ । ଗତ ଗୁରୁବାର ଦାଉଦ ନିଜର ୬୪ ତମ ଜନ୍ମଦିନ ପାଳନ କରିଥିବାରୁ ଉକ୍ତ ବ୍ୟକ୍ତି ମଧ୍ୟ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଏଥିରେ ସେ ଅଣ୍ଡରୱାର୍ଲଡ ଡନ୍ର ଜନ୍ମଦିନ ପାଳୁଥିବା ଦେଖା ଯାଇଛି । ଏହାକୁ ଜଣେ ସାମ୍ବାଦିକ ସୋସିଆଲ ମିଡିଆ ୟୁଟ୍ୟୁବରେ ଭାଇରାଲ କରିଥିଲେ । ଏହା ପରେ ଉକ୍ତ ବ୍ୟକ୍ତି ଜଣକ ସାମ୍ବାଦିକଙ୍କୁ ଧମକ ଦେଇଥିଲା । ପରେ ସାମ୍ବାଦିକ ଥାନାରେ ଏତାଲା ଦେଇଥିଲେ । ଏହାକୁ ଆଧାର କରି ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

Related posts

ଲିକ୍ ହେଲା ଫିଲ୍ମ ‘ବ୍ରହ୍ମାସ୍ତ୍ର’ଗୀତ ଭିଡିଓ, ଡ୍ୟାନ୍ସ କରୁଥିବା ନଜର ଆସିଲେ ଆଲିଆ-ରଣବୀର

mahabharatanews

ଆଗାମୀ ଦିନରେ ଦେଶରେ କରୋନା ସ୍ଥିତି ଜଟିଳ ହେବ: ବିଶେଷଜ୍ଞ

mahabharatanews

୨୦୨୧ରେ ବିଶ୍ୱରେ ଖାଦ୍ୟାଭାବ ଭୟଙ୍କର ହେବ

mahabharatanews