ଓଡିଶା

ଚେକଡ୍ୟାମ ଭିତରକୁ ଖସି ପଡିଲା ଜିପ୍

(ମହାଭାରତ, ଟିଟିଲାଗଡ): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡର ହାଟପଦା ପଡା ଠାରେ ଏକ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଚେକ୍ ଡ୍ୟାମ ଭିତରକୁ ଏକ ଜିପ୍ ଖସି ପଡିଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ଗାଡି ଡ୍ରାଇଭର ପହଁରି ପହଁରି କୂଳକୁ ପଳାଇ ଆସିଥିଲେ । ଗାଡିରେ ତାଙ୍କ ବ୍ୟତୀତ ଆଉ କେହି ନଥିଲେ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ରବିବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଜିପଟି ହାଡପଡା ପେଟ୍ରୋଲ ପମ୍ପରୁ ଦ୍ରୁତଗତିରେ ଆସି ଚେକଡ୍ୟାମରୁ ୩୦ ଫୁଟ ତଳକୁ ଖସି ପଡିଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି । ଏନେଇ ଜଣେ ଅଗ୍ନିଶମ କର୍ମଚାରୀ କହିଛନ୍ତି, ଜିପରେ ଥିବା ଡ୍ରାଇଭର ଗାଡିକୁ ସାଇଡ କରିବାକୁ ଯାଇ ଏଭଳି ଦୁର୍ଘଟଣା ଘଟିଛି । କିନ୍ତୁ ଗାଡିରେ ସେ ଏକୁଟିଆ ଥିବାରୁ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।

Related posts

୩ରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ସମସ୍ତଙ୍କୁ ଅପିଲ 

mahabharatanews

ବିଶ୍ୱ ଓଡ଼ିଆ ମହୋତ୍ସବ ଉଦଘାଟିତ, ବ୍ରାଣ୍ଡ ଓଡିଶାକୁ ପ୍ରୋତ୍ସାହନ ପାଇଁ ଆହ୍ବାନ

mahabharatanews

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଯୁବକଙ୍କ ପୁରୀରେ ଚାଲିଗଲା ଜୀବନ

mahabharatanews