ଓଡିଶା

ପୁରୀରେ ଆଂଶିକ ବନ୍ଦ

(ମହାଭାରତ, ପୁରୀ): କେନ୍ଦ୍ରୀୟ ଟ୍ରେଡ ୟୁନିଅନ ପକ୍ଷରୁ ବୁଧବାର ଭାରତ ବନ୍ଦ ଡାକରାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା । ଶ୍ରମିକ ସଂଗଠନମାନେ ଏଠାରେ ଧର୍ମଘଟ କରିଥିଲେ । ପୁରୀ ରେଳ ଷ୍ଟେସନରେ ଆନ୍ଦୋଳନକାରୀମାନେ ରେଳରୋକ କରିଥିଲେ । ବିଭିନ୍ନ ସଂଗଠନ ବୁଧବାର ସକାଳେ ଦୁଇଟି ପାସେଞ୍ଜର ଟ୍ରେନ ଅଟକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ କିଛି ରେଳ ଚଳାଚଳ ପ୍ରଭାବିତ ହୋଇଥିଲା । ଏହାସହ ବସଷ୍ଟାଣ୍ଡରେ ମଧ୍ୟ ଘରୋଇ ବସ ଅଟକି ରହିଥିବା ଦେଖିବାକୁ ମିଳିଥିଲା । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା ।

Related posts

ଧାମନଗରରେ କମ୍ପୁଛି ପ୍ରଚାର ମଇଦାନ

mahabharatanews

୨୦୨୩ ହକି ବିଶ୍ୱକପ ଲାଗି ବାଜିଲା ବିଗୁଲ

mahabharatanews

କଣିହାଁରେ ଯୋଗ ଦେଲେ ନୂତନ ତହସିଲଦାରଙ୍କ

mahabharatanews