ଓଡିଶା

ଜଳେଶ୍ୱରରେ ଦୋକାନ ବଜାର ଖୋଲା, ଉତ୍ତର ବାଲେଶ୍ୱରରେ ବନ୍ଦକୁ ମିଳିଲାନି ସମର୍ଥନ

(ମହାଭାରତ, ଜଳେଶ୍ୱର): ଛଅ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ବୁଧବାର ଦେଇଥିବା ଭାରତ ବନ୍ଦ ଡାକରାର ଆଶିଂକ ପ୍ରଭାବ ଉତ୍ତର ବାଲେଶ୍ୱରରେ ଦେଖିବାକୁ ମିଳିଥିଲା । ଜଳେଶ୍ୱର, ବସ୍ତା, ବାଲିଆପାଳ, ଭୋଗରାଇ ଅଞ୍ଚଳରେ ବନ୍ଦ ପ୍ରଭାବ ବିଶେଷ ଭାବେ ଦେଖିବାକୁ ମିଳିନି । ବନ୍ଦକୁ ସମର୍ଥନ କରି କଂଗ୍ରେସ, ସିପିଏମ ଓ ସିପିଆଇ ଦଳ ଆଦି ସମର୍ଥନ କରି ରାଜରାସ୍ତାକୁ ଓହ୍ଲାଇଥିଲେ । ସକାଳୁ କିଛି ସ୍ଥାନରେ ମାର୍କେଟଗୁଡିକ ଖୋଲାଥିବା ଦେଖିବାକୁ ମିଳିଥିଲା । କିନ୍ତୁ ପିକେଟିଂ ଯୋଗୁଁ ଅନ୍ୟ କିଛି ଜାଗାରେ ଦୋକାନ ବଜାର ବନ୍ଦ ରହିଥିଲା । ସ୍କୁଲ, କଲେଜ ଶିକ୍ଷାନୁଷ୍ଠାନ ଆଦି କାଁ ଭା ବନ୍ଦ ରହିଥିବା ଦେଖା ଯାଇଥିଲା । ଏହି ବନ୍ଦକୁ ସାଧାରଣ ଲୋକେ ପସନ୍ଦ କରିନଥିଲେ । ତେବେ ବିଶେଷ କରି ଉତ୍ତର ବାଲେଶ୍ୱରରେ ଏହି ବନ୍ଦ ଡାକରାକୁ ଲୋକେ ସମର୍ଥନ କରି ନାହାନ୍ତି ।

Related posts

ଗୋଟିଏ ଦିନରେ ୪୦ ହଜାରରୁ ଅଧିକ କୋଭିଡ ଟେଷ୍ଟ

mahabharatanews

ରେଳ ଦୁର୍ଘଟଣା : ଜେଲ୍କୁ ଫେରିଲେ ୩ ଅଭିଯୁକ୍ତ 

mahabharatanews

ଟୁଟୁ ନାୟକଙ୍କୁ ମିଳିଲା ଜାମିନ

mahabharatanews