Uncategorized

ଗିରୀଶ ମୁର୍ମୁଙ୍କୁ ଭେଟିଲେ କାଶ୍ମୀର ନେତା

(କାଶ୍ମୀର): ଜାମ୍ମୁ-କାଶ୍ମିରରୁ ଧାରା ୩୭୦ ଉଚ୍ଚେଦ ପରେ ଘାଟିର ନେତାମାନେ ଉପରାଜ୍ୟପାଳ ଗିରୀଶ ମୁର୍ମୁଙ୍କୁ ପ୍ରଥମ ଥର ପାଇଁ ଭେଟିଛନ୍ତି । କାଶ୍ମୀର ନେତାମାନେ ରାଜ୍ୟପାଳଙ୍କ ସହିତ ଏକ ବୈଠକରେ ସାମିଲ ହୋଇଛନ୍ତି । ନେତାମାନେ ବୈଠକରେ ଚାକିରୀ କ୍ଷେତ୍ରରେ ସଂରକ୍ଷଣ ଓ ରାଜ୍ୟର ଅବସ୍ଥା ପ୍ରସଙ୍ଗ ଉଠାଇଥିଲେ । ପିଡିପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ସୟଦ ମହମ୍ମଦ ଅଲତାଫ ବୁଖାରି ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିଲେ । ମହମ୍ମଦ ଦିଲୱର ମୀର, ଗୁଲାମ ହାସନ ମୀର, ପୂର୍ବତନ ଏମଏଲସି ଜାଫର ଇକବାଲ, ପୂର୍ବତନ ବିଧାୟକ ଜାଭେଦ ହାସନ ବେଗ, ନୂର ଅହମ୍ମଦ ଶେଖ, ଚୌଧୁରୀ କମର ହୁସେନ ଓ ରାଜା ମଞ୍ଜୁର ଅହମ୍ମଦ ଜାମ୍ମୁ-କାଶ୍ମୀର ଲୋକଙ୍କୁ ସାମାଜିକ-ଆର୍ଥିକ ଓ ରାଜନୈତିକ ଆକାଂକ୍ଷା ସମ୍ପର୍କରେ ଉପରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ । ଟିମରେ ୮ ଜଣ ପୂର୍ବନ ବିଧାୟକ ସାମିଲ ଥିଲେ । ଉପରାଜ୍ୟପାଳ ଗିରୀଶ ମୁର୍ମୁଙ୍କୁ ଭେଟି କାଶ୍ମୀର ନେତାମାନେ ୧୫ ଦଫା ଦାବି ନେଇ ସ୍ମାରକ ପତ୍ର ଦେଇଛନ୍ତି । ସୂଚନାଯୋଗ୍ୟ, ୨୦୧୯ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ର ସରକାର ସମ୍ଭାବିତ ହିଂସାକୁ ଦୃଷ୍ଟିରେ ରଖି ଘାଟିରେ କିଛି ନେତାଙ୍କୁ ଗିରଫ କରିଥିଲେ ।

Related posts

୫ ଛାତ୍ର ସମେତ ୬ ନିଖୋଜ

mahabharatanews

ଆସନ୍ତା ମାସରୁ ଛୋଟ ପିଲାଙ୍କ ଟିକାକରଣ

mahabharatanews

ସାଧାରଣତନ୍ତ୍ର ଦିବସରେ ସାମିଲ ହେବନି ପଶ୍ଚିମବଙ୍ଗ ପ୍ରଜ୍ଞାପନ ମେଢ

mahabharatanews