Uncategorized

ଯୁବ ଉତ୍ସାହ ଭାରତ ପରିବର୍ତ୍ତନର ଆଧାର ହେବ: ମୋଦି

(ମହାଭାରତ, କୋଲକାତା): ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ବଙ୍ଗର ବେଲୁର ମଠରେ ଯୁବବର୍ଗଙ୍କୁ ସମ୍ବୋଦ୍ଧିତ କରି କହିଛନ୍ତି, ବିଶ୍ୱରେ ଥିବା ଯୁବବର୍ଗଙ୍କ ସଂଖ୍ୟାରୁ ସର୍ବାଧିକ ଭାରତରେ ରହିଛନ୍ତି ଓ ଭାରତର ଯୁବବର୍ଗ ଯେଉଁ କାମରେ ହାତ ଦେଇଥାନ୍ତି, ସେଥିରେ ସଫଳତା ହାସଲ କରିଥାନ୍ତି ।

ଏହି ଅବସରରେ ମୋଦି ଯୁବବର୍ଗଙ୍କୁ  ମୋଦି କହିଛନ୍ତି, ଯୁବ ଉତ୍ସାହ, ଶକ୍ତି (ଉର୍ଜା)୨୧ ଶତାବ୍ଦୀର ଏହି ଦଶକରେ ଭାରତ ପରିବର୍ତ୍ତନର ଆଧାର ହେବ । ନୂଆ ଭାରତର ସଂକଳ୍ପ ଯୁବକଙ୍କୁ ନେଇ ସାକାର ହେବ ବୋଲି ମୋଦି ଯୁବବର୍ଗଙ୍କୁ କହିଛନ୍ତି । ସେ ଆହରୁ ମଧ୍ୟ କହିଛନ୍ତି, ସ୍ୱାମୀ ବିବେକାନନ୍ଦ କହିଥିବା କଥା ସର୍ବଦା ମନେ ରଖିବାକୁ ହେବ, ଯେତେବେଳେ ସେ କହିଥିଲେ, ‘ଯଦି ମତେ ଶହେ ଉର୍ଜାବାନ ଯୁବକ ମିଳିଯିବେ, ତେବେ ମୁଁ ଭାରତକୁ ବଦଳାଇ ଦେବି ।’  ଅର୍ଥାତ୍ ପରିବର୍ତ୍ତନ ପାଇଁ ଆମକୁ ଉର୍ଜା ଓ କିଛି କରି ତୋଳିବାର ଉତ୍ସାହ ରହିବା ଆବଶ୍ୟକ ।  ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଜାରି ବିରୋଧ ପ୍ରଦର୍ଶନ ସମ୍ପର୍କରେ ମୋଦି କହିଛନ୍ତି, ସିଏଏକୁ ନେଇ ସୃଷ୍ଟି ହୋଇଥିବା ଭ୍ରମ ଦୂର ହେବା ଦରକାର । ସିଏଏ କୌଣସି ନାଗରିକତା ଛଡାଇବାର ଆଇନ ନୁହେଁ, ଏହା ନାଗରିକତା ପ୍ରଦାନକାରୀ ଆଇନ ବୋଲି କହିଛନ୍ତି । ଏଥିସହ ମୋଦି କହିଛନ୍ତି, ଏହି ଆଇନ ରାତାରାତି ହୋଇନାହିଁ । ଏଥିରେ ଥିବା ଆଇନରେ ମାତ୍ର ଏକ ସଂଶେ।।ଧନ କରାଯ।।ଇଛି ।

Related posts

ଖୋଲିବାକୁ ଥିବା କାରଖାନା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ମାର୍ଗଦର୍ଶିକା

mahabharatanews

କରୋନାରେ ଆମେରିକା ଆଗରେ, ଦିନକରେ ୨୬୦୦ ଲୋକଙ୍କ ବିୟୋଗ

mahabharatanews

ସୁପ୍ରିମ କୋର୍ଟ ପରିସରରେ ସମ୍ବିଧାନ ମୁଖବନ୍ଧ ପାଠ

mahabharatanews