Uncategorized

ଇରାନରେ ବିକ୍ଷୋଭ: ସୁପ୍ରିମ ଲିଡରଙ୍କ ଇସ୍ତଫା ଦାବି

(ମହାଭାରତ, ତେହରାନ): ଆମେରିକା ସହ ଲାଗିରହିଥିବା ତିକ୍ତତା ମଧ୍ୟରେ କିନ୍ତୁ ଶନିବାର ଦିନ ଇରାନର ରାଜଧାନୀ ତେହରାନରେ ହଜାର ହଜାର ଲୋକ ସରକାର ବିରୋଧରେ ପ୍ରଦର୍ଶନ କରିବା ସହ ୟୁକ୍ରେନ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ଅବସ୍ଥାରେ ଇରାନର ମିଛ ପାଇଁ ଅଧିକାରୀଙ୍କୁ ମିଛୁଆ କହିବା ସହ କମାଣ୍ଡର ଇନ ଚିଫଙ୍କ ଇସ୍ତଫା ଦାବି କରିଛନ୍ତି ।

ବିବିସି ରିପୋର୍ଟ ଅନୁଯାୟୀ, ୟୁକ୍ରେନ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣକରିଥିବା ଯାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ତେହରାନ ରାଜପଥରେ ଏକ ବିରାଟ ଦଳ ଏକାଠି ହୋଇଥିଲେ । ଶ୍ରଦ୍ଧାଞ୍ଜଳି ଦେବା ପରେ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଦେଖାଦେଇଥିଲା କ୍ରୋଧ । ପ୍ରଦର୍ଶନକାରୀ ଇରାନ ସରକାରର ମିଛ ପାଇଁ ଅଧିକାରୀ ଓ ସରକାରକୁ ମିଛୁଆ ନାରା ଦେବା ସହ ନେତାଙ୍କ ବିରୋଧରେ ନାରାବାଜି କରିଥିଲେ । ଏହାରି ମଧ୍ୟରେ କିଛି ପ୍ରଦର୍ଶନକାରୀ ସୁଲେମାନୀଙ୍କ ଫଟୋକୁ ମଧ୍ୟ ଚିରି ଦେଇଥିଲେ । ବିମାନ ଦୁର୍ଘଟଣାରେ ସାମିଲ ଲୋକ ଓ ଏହାକୁ ଘୋଡାଇବାକୁ ଚେଷ୍ଟା କରିଥିବା ଲୋକଙ୍କ ବିରୋଧରେ ମକଦମା କରିବାକୁ ଦାବି କରିଥିଲେ । ଏପରିକି ପ୍ରଦର୍ଶନକାରୀ ଇରାନର ସୁପ୍ରିମ ଲିଡର ଅୟୋତୁଲ୍ଲାହ ଖମନେଇଙ୍କ ଇସ୍ତଫା ମଧ୍ୟ ଦାବି କରିଥିଲେ । ଏହି ପ୍ରଦର୍ଶନକୁ ରୋକିବାକୁ ପୁଲିସକୁ ଲୁହା ବୁହା ଗ୍ୟାସର ବ୍ୟବହ।।ର ମଧ୍ୟ କରିବାକୁ ହୋଇଥିଲା ।

ସୂଚନାଯୋଗ୍ୟ, ଜାନୁଆରୀ ୮ ତାରିଖରେ ୟୁକେନର ବୋଇଂ ବିମାନ ୟୁକ୍ରେନର ରାଜଧାନୀ  ଅଭିମୁଖେ ଯାତ୍ରା କରିବାକୁ ଉଡାଣ ଭରିବାର ମାତ୍ର ୨ ମିନିଟ ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ଥିବା ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ମିଶାଇ ୧୭୬ ଜଣଙ୍କ ମୃତ୍ୟୁ ହୋଇଥିଲା, ଯେଉଁଥିରେ ଇରାନର ୮୨, କାନାଡାର ୬୩, ୟୁକ୍ରେନର ୧୧ ଯାତ୍ରୀ ଓ ବିଭିନ୍ନ ଦେଶର ୯ ଜଣ କ୍ରୁ ସଦସ୍ୟ ସାମିଲ ଥିଲେ ।

Related posts

ସାବଧାନ: ଲକ୍ଷଣ ବଦଳାଇଛି କରୋନା

mahabharatanews

 ଏକ ନୂଆ ଭୂତାଣୁ ସଂକ୍ରମଣରେ ୫୦୦ରୁ ଅଧିକ ସଂକ୍ରମିତ

mahabharatanews

ବଜେଟ ୨୦୨୦: ମହିଳା ସଶକ୍ତିକରଣ ଉପରେ ସରକାରଙ୍କ ଫୋକସ

mahabharatanews