ଓଡିଶା

ଦୁଇ ପୃଥକ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ

(ମହାଭାରତ, ଦେବଗଡ): ସୋମବାର ସକାଳେ ଦେବଗଡ ଜିଲ୍ଲାରେ ଦୁଇଟି ପୃଥକ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଜିଲ୍ଲାର ରିୟାମାଳ ଥାନା ଅନ୍ତର୍ଗତ ଛତାବର ଖେଳପଡିଆ ନିକଟରେ ଆଜି ସକାଳ ପ୍ରାୟ ସାଢେ ୯ଟା ବେଳେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଜଣେ ବାଇକ ଆରୋହୀଙ୍କର ଜୀବନ ଚାଲି ଯାଇଥିଲା । ତେବେ ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ଛତାବର ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ମଧ୍ୟ ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପକ୍ଷରେ, ସୋମବାର ସକାଳ ପ୍ରାୟ ସାଢେ ୮ଟା ବେଳେ ବାରକୋଟ ଥାନା ଅନ୍ତର୍ଗତ ସିଂହଶାଳ ଗାଁ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ସୁନ୍ଦରଗଡ ଜିଲ୍ଲା ବଣାଇଁଗଡର ଅବିନାଶ ପାତ୍ର ବୋଲି ଜଣାଯାଇଛି । ସେ ନିଜ ଘରୁ ଅନୁଗୁଳ ଅଭିମୁଖେ ଯାଉଥିବା ବେଳେ ଅଜଣା ଗାଡିଟି ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାରକୋଟ ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Related posts

ମାର୍ଚ୍ଚ ୧୦ରୁ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ (ଏସଏ)-୨ ପରୀକ୍ଷା ଆରମ୍ଭ ହେବ।

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୩୧୦ ସଂକ୍ରମିତ ଚିହ୍ନଟ

mahabharatanews

ମୃତକଙ୍କ ଆଉ ହେବନି କରୋନା ଟେଷ୍ଟ

mahabharatanews