Uncategorized

ମୁଶାରଫଙ୍କୁ ଆଶ୍ୱସ୍ତି: ମୃତ୍ୟୁଦଣ୍ଡ ଖାରଜ କଲେ ଲାହୋର ହାଇକୋର୍ଟ

(ଲାହୋର): ଦେଶଦ୍ରୋହ ମାମଲାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସାମରିକ ଶାସକ ପରଭେଜ ମୁଶାରଫଙ୍କୁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଦେଇଥିବା ମୃତ୍ୟୁଦଣ୍ଡାଦେଶକୁ ଲାହୋର ହାଇକୋର୍ଟ ରଦ୍ଧ କରିଛନ୍ତି । ଫଳରେ ମୁଶାରଫ ଆଶ୍ୱସ୍ତ ହୋଇଛନ୍ତି । ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଅସାମ୍ବିଧାନିକ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । ମୁଶାରଫଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଆଇନତଃ ଠିକ୍ ଭାବେ ପ୍ରସ୍ତୁତ କରାଯାଇନାହିଁ ବୋଲି ହାଇକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ରାୟରେ ଦର୍ଶାଇଛନ୍ତି । ବିଚାରପତି ସୟେଦ ମଜାହାର ଅଲି ଅକବାର ନକଭି, ବିଚାରପତି ମହମ୍ମଦ ଅମୀର ଭାଟ୍ଟି ଓ ବିଚାରପତି ଚୌଧୁରୀ ମାସୁଦ ଜାହାଙ୍ଗୀର ସ୍ୱତନ୍ତ୍ର ଟ୍ରିବ୍ୟୁନାଲର ରାୟକୁ ଖାରଜ କରିଦେଇଛନ୍ତି । ସୂଚନାଯୋଗ୍ୟ, ମୁଶାରଫଙ୍କୁ ଦେଶଦ୍ରୋହ ମାମଲାରେ ୨୦୧୯ ଡିସେମ୍ବର ୧୭ରେ ଇସଲାମାବାଦର ସ୍ୱତନ୍ତ୍ର କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ । ଏହାକୁ ମୁଶାରଫ ଲାହୋର ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏବେ କୋର୍ଟ ଏଭଳି ଦଣ୍ଡାଦେଶକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି ।

Related posts

ରକ୍ତ ଜମାଟ ବାନ୍ଧିବା କରୋନା ମୃତ୍ୟୁର ଏକ କାରଣ 

mahabharatanews

କାଜୁ ଜଙ୍ଗଲରୁ ଉଦ୍ଧାର ଜଣେ ଯୁବକଙ୍କ ମୃତଦେହ

mahabharatanews

ସୁଖାଇ-୩୦ର ତଞ୍ଜାବୁରରେ ସାମିଲ ଏକ ସଫଳତା: ଏୟାର ମାର୍ସାଲ

mahabharatanews