ଓଡିଶା

୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ

(ମହାଭାରତ, ନିମାପଡା): ପୁରୀ ଜିଲ୍ଲା ନିମାପଡା ଗୋଲେଇ ଛକ ଠାରେ ବ୍ରାଉନ ସୁଗାର ଜବତ ହୋଇଛି । ଏଥିରେ ସମ୍ପୃକ୍ତ ୨ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ବ୍ରାଉନ ସୁଗାର କାରବାର ହେଉଥିବା ଖବର ପାଇ କଟକ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରିଥିଲା । ଅବକାରୀ ବିଭାଗ ଇନ୍ସପେକ୍ଟର ଜଗଦୀଶ ସାମିଲଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା । ଚଢାଉ ବେଳେ ପ୍ରାୟ ୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି । ଅଭିଯୁକ୍ତ ଦ୍ୱୟ ଏକ ବାଇକରେ ବ୍ରାଉନ ସୁଗାର ନେଇ ଆସୁଥିବା ବେଳେ ନିମାପଡା ଗୋଲେଇ ଛକ ଠରେ ସେମାନଙ୍କୁ ଅବକାରୀ ବିଭାଗ ଅଧିକାରୀ ଅଟକାଇଥିଲେ । ସେମାନଙ୍କ ନିକଟରୁ ୫୧ ଗ୍ରାମ ଓଜନର ବ୍ରାଉନ ସୁଗାର ସହ ବାଇକକୁ ମଧ୍ୟ ପୋଲିସ ଜବତ କରିଛି । ଦୁଇ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରି ପୋଲିସ ସେମାନଙ୍କୁ କୋର୍ଟଚାଲାଣ କରିଛି ।

Related posts

‘ବାତ୍ୟା ବିପର୍ଯ୍ୟୟ’ : ଓଡ଼ିଶା ଗସ୍ତ ବାତିଲ କଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା

mahabharatanews

ଡଙ୍ଗାରେ ଆସି ପହଞ୍ଚିଲେ ୧୬ ମତ୍ସଜୀବୀ

mahabharatanews

ସହିଦଙ୍କ ଜନ୍ମସ୍ଥାନର ପବିତ୍ର ମାଟି ସଂଗ୍ରହ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 

mahabharatanews