ଓଡିଶା

ଉତରାୟଣ କାଇଟ୍ ଫେଷ୍ଟିଭାଲ ଅନୁଷ୍ଠିତ

(ମହାଭାରତ, କୋଣାର୍କ): କୋଣାର୍କରେ ପ୍ରଥମ ଥର ପାଇଁ ମକର ସଂକ୍ରାନ୍ତି ଅବସରରେ ଗୁଡି ଉଡାଇବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ମେରାଇନ ଡ୍ରାଇଭ ଠାରେ ଉତ୍ତରାୟଣ କାଇଟ୍ ଫେଷ୍ଟିଭାଲର ଆୟୋଜନ କରାଯାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ସିଆଇଆଇ ପକ୍ଷରୁ ଏହି ଉତ୍ସବର ଆୟୋଜନ କରାଯାଇଛି । ଏହି ଉତ୍ସବରେ ଯୋଗ ଦେଇ ପର୍ଯ୍ୟଟକମାନେ ଗୁଡି ତିଆରି କୌଶଳ ଶିଖିବା ସହ ବେଳାଭୂମୀରେ ଉଡାଇବାର ମଜା ମଧ୍ୟ ନେଇଛନ୍ତି । ତେବେ ଓଡ଼ିଆ ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତିରେ ଗୁଡି ଉଡାଇବାର ପ୍ରଥା ରହିଥିବାରୁ ବାହାରୁ ଆସିଥିବା ବହୁ ପର୍ଯ୍ୟଟକ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ । ଏଭଳି କାର୍ଯ୍ୟକ୍ରମର ଆୟୋଜନ ଓଡ଼ିଆ ପରମ୍ପରା ଠାରୁ ଦୁରେଇ ରହୁଥିବା ଯୁବ ସମାଜକୁ ଆକୃଷ୍ଟ କରିବା ଭଳି ଏକ ମାଧ୍ୟମ ବୋଲି ପର୍ଯ୍ୟଟକମାନେ ମତ ଦେଇଛନ୍ତି । ମକର ସଂକ୍ରାନ୍ତିରେ ଆୟୋଜିତ ଏହି ଗୁଡି ଉଡା ଉତ୍ସବରେ ଯୋଗ ଦେଇ କୁନି ପିଲାଙ୍କ ଠାରୁ ଆରମ୍ଭ କରି ଛାତ୍ର ଓ ବିଭିନ୍ନ ବର୍ଗର ଲୋକ ତଥା ବହୁ ବିଦେଶୀ ପର୍ଯ୍ୟଟକମାନେ ଏଠାରେ ଗୁଡି ଉଡାଇଛନ୍ତି ।

Related posts

ଅଙ୍ଗନବାଡି କେନ୍ଦ୍ରରେ ବଣ୍ଟାଗଲା ନକଲି ଅଣ୍ଡା ! ଫଟାଇବାରୁ ପାଣି ଭଳି ଭାସିଲା, ସିଝିବା ପରେ ରବର ଭଳି ଲାଗିଲା… ଓଡିଶା

mahabharatanews

ଶ୍ରୀ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଜୀଉଙ୍କ ରାଧା ମାଧବଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

mahabharatanews

ରାମଚନ୍ଦ୍ର କାଡାମ କଂଗ୍ରେସ ବିଧାୟକ ଦଳ ନେତା

mahabharatanews