ଓଡିଶା

ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ଯୁବ କଂଗ୍ରେସର ବିରୋଧ

(ମହାଭାରତ, ପୁରୀ): ଆଜି ପୁରୀରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯାଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ବିରୋଧ କରିଛି ପୁରୀ ଯୁବ କଂଗ୍ରେସ । ବଳଗଣ୍ଡି ଛକଠାରେ ପୁରୀ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ବିରୋଧ କରିବା ସହ ଗୋ ବ୍ୟାକ ସିଏର ନାରା ଦେଇଥିଲେ । ପୂର୍ବରୁ ଅନେକ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସେହିସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇନାହିଁ । ଅନେକ ପ୍ରକଳ୍ପରେ ଦୁର୍ନୀତି ହେଉଥିବା ଅଭିଯୋଗ ହେବା ପରେ ପ୍ରକଳ୍ପ କାମ ବନ୍ଦ ପଡିଛି । ପୁରୁଣା ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେଉ ନ ଥିବା ବେଳେ ପୁଣି ନୂଆ ପ୍ରକଳ୍ପ ଦେଖାଇ ପୁରୀ ବାସୀଙ୍କୁ ରାଜ୍ୟ ସରକାର ଭୂଆଁ ବୁଲାଉଛି ବୋଲି ଯୁବ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଏହି ପ୍ରଦର୍ଶନକୁ ଦେଖି ଦେଖି ସେଠାରେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯିବା ସହ ପ୍ରଦର୍ଶନକାରୀଙ୍କୁ ପୁଲିସ ଅଟକ ରଖିଛି ।

Related posts

ସ୍ଥିତି ଦେଖି କଟକଣା କୋହଳ ଲାଗି ନିଷ୍ପତ୍ତି ନେବେ ରାଜ୍ୟ ସରକାର : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ଛଟ୍ ପୂଜା ପାଇଁ ଆଉ ଏକ ସ୍ୱତନ୍ତ୍ର ବ୍ୟବସ୍ଥା

mahabharatanews

୭୦ ଲକ୍ଷ ଟଙ୍କା ନେଇ ମହିଳା ଫେରାର

mahabharatanews