ଓଡିଶା

ଛଟ୍ ପୂଜା ପାଇଁ ଆଉ ଏକ ସ୍ୱତନ୍ତ୍ର ବ୍ୟବସ୍ଥା

(ଭୁବନେଶ୍ୱର) : ବିହାରର ଲୋକପ୍ରିୟ ପର୍ବ ଛଟ୍ ପୂଜା ନେଇ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଛଟ ପୂଜା ପାଇଁ ଓଡିଶା ଓ ବିହାର ମଧ୍ୟରେ ଆଉ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ । ଏହି ଟ୍ରେନ ପୁରୀ ଏବଂ ଜୟନଗର ମଧ୍ୟରେ ଚଳାଚଳ କରିବ । ପୁରୀରୁ ଏହି ସ୍ୱତନ୍ତ୍ର ଟ୍ରେନ୍ 08419 ପୁରୀ-ଜୟନଗର ସ୍ପେଶାଲ୍ ଟ୍ରେନ୍ ଭାବରେ ଚଳାଚଳ କରିବ ।

ସୂଚନାନୁଯାୟୀ , ଗୁରୁବାର ୧୬ ନଭେମ୍ବର ଦିନ ପୁରୀ ରୁ ରାତି ୧୧.୩୦ ମିନିଟରେ ଛାଡି ଜୟନଗର ଯାତ୍ରା କରିବ । ଏଭଳି କହିଲେ ନିତିନ ଗଡକରୀ ଫେରିବା ମାର୍ଗରେ ଏହି ଟ୍ରେନ ଜୟନଗର ଠାରୁ 08420 ଜୟନଗର-ପୁରୀ ସ୍ପେଶାଲ୍ ଭାବରେ ଚଳାଚଳ କରିବ । ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ପୁରୀ ଓ ଜୟନଗର ମଧ୍ୟରେ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ବାଲେଶ୍ୱର, ହିଜଲୀ, ମେଦିନପୁର, ବିଷ୍ଣୁପୁର, ବାଙ୍କୁରା, ଆଦ୍ରl, ଆସାନସୋଲ, ମଧୁପୁର, ଜଶିଡ଼ିହ, ଝାଝା, କିଉଲ, ବରାଉନି, ସମସ୍ତିପୂର, ଲେହେରିଆ ସରାଇ, ଦରଭଙ୍ଗା, ସକରି ଏବଂ ମଧୁବାଣି ଷ୍ଟେସନମାନଙ୍କରେ ରହଣି କରିବ ।

Related posts

ସହାୟତା ନେଇ ଦାବି ପତ୍ର ପ୍ରଦାନ କଲେ ମା’ଶ୍ୟାମଳାଇ ଅଟୋ ମାଲିକ ସଂଘ

mahabharatanews

ଜୈବିକ ଚାଷର ପ୍ରସାର ପାଇଁ କର୍ମଶାଳା

mahabharatanews

ମୌସୁମୀ ପରବର୍ତ୍ତୀ ସମୟରେ ସର୍ତକ ରହିବାକୁ ସ୍ୱାସ୍ଥ୍ୟବିଭାଗର ମାର୍ଗଦର୍ଶିକା

mahabharatanews