Uncategorized

ଦିଲ୍ଲୀ ନିର୍ବାଚନ: ନାମାଙ୍କନ ଭରିଲେ ଉପମୁଖ୍ୟମନ୍ତ୍ରୀ ସିସୋଦିଆ

(ମହାଭାରତ, ନୂଆଦିଲ୍ଲୀ): ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୂର୍ବ ଦିଲ୍ଲୀର ପଟପରଗଞ୍ଜ ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା ସିସୋଦିଆ ନିଜ ସମର୍ଥକଙ୍କ ସହ ଏକ ପଦଯାତ୍ରାରେ ବାହାରି ନାମାଙ୍କନ ଦାଖଲ କରିଥିଲେ । ୨୦୧୫ ବିଧାନସଭା ନିର୍ବାଚନରେ ସେ ଭାଜପାର ବିନୋଦ କୁମାରଙ୍କୁ ପରାସ୍ତ କରିଥିଲେ । ତେବେ ପଟପରଗଞ୍ଜବାସୀଙ୍କ ଭଲ ପାଇବା ଏବଂ ଆଶୀର୍ବାଦ ଯୋଗୁଁ ସେ ଏଠାରୁ ପୁଣିଥରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ବୋଲି ସିସୋଦିଆ ନାମାଙ୍କନ ଦାଖଲ ପୁର୍ବରୁ କହିଛନ୍ତି । ସୂଚନାଯୋଗ୍ୟ, ଫେବୃଆରୀ ୮ ତାରିଖରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

Related posts

ପ୍ରୟାଗରାଜ ବୈଦ୍ୟୁତିକ ଉପକରଣ ବଜାରରେ ଅଗ୍ନିକାଣ୍ଡ

mahabharatanews

କଂଗ୍ରେସର ପୋଷ୍ଟରରେ ରାହୁଲଙ୍କ ଭୋଜପୁରୀ ଅବତାର

mahabharatanews

ହୋଟେଲ ରୁମରୁ ତାମିଲ ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର

mahabharatanews