ଅପରାଧଓଡିଶା

ଭବାନୀପାଟଣାର ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢାଉ

(ମହାଭାରତ, ଭବାନୀପାଟଣା): ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବର୍ହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଇଛି । ଭବାନୀପାଟଣା ନକଟିଗୁଡା ସ୍ଥିତ ତାଙ୍କ ବାସଭବନ ସହିତ ରାମପୁରରେ ଥିବା ହୋଟେଲରେ ମଧ୍ୟ ଚଢାଉ ହୋଇଛି । ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ଏହି ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୬ଟା ସମୟରେ କଳାହାଣ୍ଡି ଭିଜିଲାନ୍ସ ଟିମ୍ ଅନାମଙ୍କ ନକଟିଗୁଡା ସ୍ଥିତ ବାସଭବନରେ ପହଞ୍ଚିଥିଲେ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭି÷ଯୋଗରେ ତାଙ୍କ ଘରେ ଚଢାଉ ଆରମ୍ଭ କରିଥିଲେ । ଠିକ ସେହି ସମୟରେ ମଦନପୁର ରାମପୁର ଠାରେ ତାଙ୍କ ହୋଟେଲରେ ବି କଳାହାଣ୍ଡି ଭିଜିଲାନ୍ସର ଅନ୍ୟ ଏକ ଟିମ ଚଢାଉ ଆରମ୍ଭ କରିଥିଲା । ଖବର ଲେଖାଯିବା ପର୍ଯ୍ୟନ୍ତ ଚଢାଉ ଜାରି ରହିଥିବା ବେଳେ ଅନାମଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇ ନାହିଁ । ଅନ୍ୟ ପକ୍ଷରେ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଘରେ ଭିଜିଲାନ୍ସ ଚଢାଉକୁ ନେଇ ଦଳୀୟ ନେତାଙ୍କ ମନରେ ଛନକା ପଶିଛି । ସୂଚନାଯୋଗ୍ୟ, ବିଜେଡିର ଏହି ପୂର୍ବତନ ବିଧାୟକଙ୍କ ନାମରେ ଆଗରୁ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ପୂର୍ବରୁ ତାଙ୍କ ପୁଅକୁ ଏକ ଠକେଇ ମାମଲାରେ ପୋଲିସ ଗିରଫ କରିଥିଲା । ୨୦୧୪ରେ ଅନାମ ନାୟକ ବିଜେଡି ଟିକଟରେ ନିର୍ବାଚନ ଲଢି ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

Related posts

ପ୍ରସବ ଅଧାରୁ ପଳାଇଲେ ଡାକ୍ତର

mahabharatanews

ଦୀର୍ଘ ଦଶନ୍ଧିର ପ୍ରତୀକ୍ଷାର ଅନ୍ତ, ପ୍ରତିଷ୍ଠା ହେବ ମେଡିକାଲ କଲେଜ

mahabharatanews

ଉପକୂଳ ଅଞ୍ଚଳରେ ବୃଦ୍ଧି ପାଇବ ତାପମାତ୍ରା

mahabharatanews