(ମହାଭାରତ, ଫୁଲବାଣୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସୁମରବନ୍ଧ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ କମ୍ବିଂ ଅପରେସନ ବେଳେ ଏକ ନକ୍ସଲ କ୍ୟାମ୍ପକୁ ଧ୍ୱଂସ କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତି ଯାଏ ଏସଓଜି ଯବାନ ମାନେ ଏଠାରେ କମ୍ବିଂ ଅପରେସନ ଚଳାଇଥିଲେ । ଏହି ସମୟରେ ଲୁଚି ରହିଥିବା ନକ୍ସଲମାନଙ୍କ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ ଗୁଳି ବିିନିମୟ ହୋଇଥିଲା । ତେବେ ଏଥିରେ ହୋଇଥିବା କ୍ଷୟକ୍ଷତି କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ମିଳିଥିବା ସୂଚନା ଅନୁଯାୟୀ, କେକେବିଏନ ଡିଭିଜନର ୨୫ ଜଣ ମାଓବାଦୀ ଉକ୍ତ ଅଞ୍ଚଳରେ କ୍ୟାମ୍ପ କରି ଲୁଚି ରହିଥିବା ଖବର ପାଇଁ ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଲାଲବାହିନୀ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା । ଯବାନଙ୍କ ଆକ୍ରମଣରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ଉଭୟଙ୍କ ମଧ୍ୟରେ ଗୁଳି ବିନିିମୟ ସମୟରେ ସେମାନଙ୍କ କ୍ୟାମ୍ପ ଧ୍ୱଂସ ହୋଇଥିବା କନ୍ଧମାଳ ଏସପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।
previous post