Uncategorized

ଆନ୍ଦୋଳନକୁ ଓହ୍ଲାଇବେ ଢାବା ମାଲିକ

(ଇସଲାମାବାଦ): ପାକିସ୍ତାନରେ ପ୍ରଥମେ ଟମାଟୋ ଅଭାବ ପରେ ଏବେ ଅଟା ସଙ୍କଟ ଦେଖିବାକୁ ମିଳିଛି । ଅମଳ ହୋଇଥିବା ଗହମ ବଜାରକୁ ଆସି ନ ପାରିବାରୁ ଅଟା ସଙ୍କଟ ଦେଖାଦେଇଛି । ଫଳରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକମାନେ ରୁଟି ଏବଂ ନାନ୍ର ଦାମ ବଢାଇ ଦେଇଥିବା ଦେଖିବାକୁ ମିଳିଛି । ଦରଦାମ ଉପରେ ଲଗାମ ଲଗାଇବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଚଢା ଦରରେ ଖାଦ୍ୟ ବିକ୍ରି କରୁଥିବା ଦୋକାନୀ ଏବଂ ଅଟା ମହଜୁଦ ରଖିଥିବା ବ୍ୟବସାୟୀମାନଙ୍କ ଉପରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ନେଇଛନ୍ତି । ତେବେ ଇମ୍ରାନଙ୍କ ଏଭଳି ନିର୍ଦ୍ଦେଶକୁ ବିରୋଧ କରି ଢାବା ମାଲିକମାନେ ସୋମବାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଘୋଷଣା କରିଥିବା ପାକିସ୍ତାନର ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଅନ୍ୟପଟେ ଦେଶର ଜାତୀୟ ଖାଦ୍ୟ ସୁରକ୍ଷା ସଚିବ ହଶିମ ପୋପଲଜଇ ଅଟା ସଙ୍କଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ପରିବହନକାରୀଙ୍କ ହଡତାଳ ପାଇଁ ଅଟାର ଦାମ ବଢିଯାଇଛି । ଅମଳ ହୋଇଥିବା ଗହମ ମିଲ୍କୁ ଆସିପାରିନାହିଁ । ଏଥିପାଇଶଁ ଅଟାର ଦାମ ମହଙ୍ଗା ହୋଇଛି ବୋଲି ସେ କହିଛନ୍ତି । ତେବେ ଏହି ସମସ୍ୟା ଆଗାମୀ କିଛିଦିନ ମଧ୍ୟରେ ସମାଧାନ ହୋଇଯିବ । ମାର୍ଚ୍ଚ ସୁଦ୍ଧା ନୂଆ ଗହମ ବଜାରକୁ ଆସିଲେ ଅଟାର ଦର ସ୍ୱାଭାବିକ ହେବ ବୋଲି ପୋପଲଜଇ କହିଛନ୍ତି ।

Related posts

ରୋଷେଇଘରେ ପଶିଲା ୬ଫୁଟିଆ ସାପ ‘ନାଗିନି’

mahabharatanews

୧୮ ହାତୀଙ୍କ ମୃତଦେହ ଠାବ: କାରଣ ଅସ୍ପଷ୍ଟ

mahabharatanews

ପାକ୍ ବାୟୁସେନାରେ ପ୍ରଥମ ହିନ୍ଦୁ ପାଇଲଟ

mahabharatanews