(ନୂଆଦିଲ୍ଲୀ): ଠିକା କର୍ମଚାରୀମାନଙ୍କୁ ଏମ୍ପେ୍ଲାୟିଜ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ଲାଭରୁ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ କହିଛନ୍ତି । ସରକାରୀ କମ୍ପାନୀର ଠିକା କର୍ମଚାରୀ ଇପିଏଫର ହକଦାର ଅଟନ୍ତି ବୋଲି କୋର୍ଟ କହିଛନ୍ତି । ନିୟମିତ କର୍ମଚାରୀଙ୍କ ସହ ଠିକାରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଇପିଏଫ ଲାଭରୁ ବଞ୍ଚିତ କରାଯାଇ ପାରିବ ନାହିଁ । ପବନ ହଂସ ଲିମିଟେଡ ବନାମ ବିମାନ କର୍ମଚାରୀ ସଂଗଠନ ମାମଲାରେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ପବନ ହଂସ କମ୍ପାନୀ ପିଏଫ ଟ୍ରଷ୍ଟର ନିୟମ ତଥା ତାହାର ଲାଭ ଠିକା କର୍ମଚାରୀଙ୍କୁ ଦେଇନାହିଁ । ଏହା ଶ୍ରମ ଆଇନକୁ ଉଲଙ୍ଘନ କରୁଛି । ସରକାରୀ କିମ୍ବା ସାର୍ବଜନୀନ କ୍ଷେତ୍ରରେ କମ୍ପାନୀ ଏଭଳି କରିପାରିବ ନାହିଁ । ଠିକା କର୍ମଚାରୀ ଦୀର୍ଘ ଦିନ ଧରି କମ୍ପାନୀରେ କାମ କରୁଥିବାରୁ ସେମାନଙ୍କୁ ସ୍ଥାୟୀ କର୍ମଚାରୀ ଭଳି ବିଚାର କରାଯିବ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ।
previous post
next post