ଓଡିଶା

ବସ-ଗୋରୁ ବୋଝେଇ ଟ୍ରକ୍ ଧକ୍କା, ୭ ଆହତ

(ମହାଭାରତ, ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ନନ୍ଦିକା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ବସ୍କୁ ଗୋଟିଏ ଗୋରୁ ବୋଝେଇ ଟ୍ରକ ପଛପଟୁ ଧକ୍କା ଦେବାରୁ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଜଳେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତ ଆହତ ଯାତ୍ରୀ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ ରବିବାର ବିଳମ୍ବିତ ରାତିରେ ବସଟି କଟକରୁ ପର୍ଯ୍ୟଟକମାନଙ୍କୁ ନେଇ କୋଲକାତା ଫେରୁଥିଲା । ଏହି ସମୟରେ ନନ୍ଦିକା ଛକ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ୍ ଦ୍ରୁତ ଗତିରେ ଆସି ବସ୍କୁ ଧକ୍କା ଦେଇଥିଲା । ପୋଲିସ ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁ ବୋଝେଇ ଟ୍ରକ୍କୁ ଜବତ କରିଛି ।

Related posts

ଏମ୍ଆଇ ସିଣ୍ଡ୍ରମ ମୁଣ୍ଡ ବିନ୍ଧାର କାରଣ….

mahabharatanews

ସ୍ୱଚ୍ଛ ଭାରତ ଅଭିଯାନର ପୂର୍ତ୍ତି ଉତ୍ସବ

mahabharatanews

ନିଯୁକ୍ତି ବନ୍ଦକୁ ନେଇ ସରକାରଙ୍କ ସ୍ପଷ୍ଟିକରଣ

mahabharatanews