ଓଡିଶା

ହାତୀ ଶାବକର ଶବ ଉଦ୍ଧାର

(ମହାଭାରତ, ରେଢାଖୋଲ): ସମ୍ବଲପୁର ଜିଲ୍ଲା ରେଢାଖୋଲ ଡିଭିଜନ ଅନ୍ତର୍ଗତ ବଡମାଳା ରେଞ୍ଜ ଅଧିନରେ ଥିବା ସଗଜୁଆରି ଠାରେ ଏକ ହାତୀ ଶାବକର ଶବକୁ ବନବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ବନ ବିଭାଗ କର୍ମଚାରୀଙ୍କ ପକ୍ଷରୁ ସନ୍ଧାନ ଚାଲିଥିବା ବେଳେ ଏହି ହାତୀ ଛୁଆର ମୃତଦେହକୁ ଉଦ୍ଧାର କରାଯାଇଥିଲା । ଗତ ତିନି ଦିନ ଧରି ନିକଟସ୍ଥ ଖସଡା ଜଙ୍ଗଲରେ ପଡିରହିଥିବା ଏହି ୨ ବର୍ଷିୟ ହାତୀ ଶାବକର ମୃତଦେହକୁ ଜିଲ୍ଲା ଜଙ୍ଗଲ ଅଧିକାରୀ (ଡିଏଫଓ) ଚିହ୍ନଟ କରିଥିଲେ । ହାତୀ ଶାବକର ମୃତ୍ୟୁର କାରଣ ଏଯାଏ ଅସ୍ପଷ୍ଟ ରହିଛି । ବନ ବିଭାଗ କର୍ମଚାରୀମାନେ ଏନେଇ ତଦନ୍ତ ଜାରି ରଖିବା ସହ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ସୂଚନା ମିଳିଛି ।

Related posts

କୋରାପୁଟରେ ୪ଜଣିଆ କେନ୍ଦ୍ରୀୟ ଟିମ୍

mahabharatanews

ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ଛତ୍ରପୁର ପୋଲିସ ବାରାକ ପରିଦର୍ଶନ

mahabharatanews

ଧାମରା ଠାରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ଶକ୍ତି କ୍ଲବ ପ୍ରଦର୍ଶନୀ ଅନୁଷ୍ଠିତ

mahabharatanews