ଓଡିଶା

ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ରୋଗୀଙ୍କ ସମେତ ୩ ଆହତ

(ମହାଭାରତ, ବୌଦ୍ଧ): ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଆମ୍ବୁଲାନ୍ସ ଡ୍ରାଇଭର, ରୋଗୀ ଓ ତାଙ୍କ ସମ୍ପର୍କୀୟ ରହିଛନ୍ତି । ସୂଚନା ଅନୁଯାୟୀ, ଲକ୍ଷ୍ମଣପୁର ଗାଁରୁ ପୁରୁଣା କଟକରେ ଥିବା ମେଡିକାଲକୁ ରୋଗୀ ନେଇ ଏକ ଆମ୍ବୁଲାନ୍ସ ଯାଉଥିଲା । ଏହି ସମୟରେ ଆମ୍ବୁଲାନ୍ସର ଡ୍ରାଇଭର ମୋବାଇଲ ଦେଖି ଗାଡି ଚଳାଉଥିଲେ । ଫଳରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଆମ୍ବୁଲାନ୍ସଟି ଡିଜିସିରା ଚାରିଛକ ନିକଟରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲା । ସମସ୍ତ ଆହତଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ରୋଷେଇ ବେଳେ ଅଗ୍ନିକାଣ୍ଡ, ମହିଳା ଜୀବନ୍ତ ଦଗ୍ଧ

mahabharatanews

ନକଲି ଡାକ୍ତରର ଠକେଇ କାହାଣୀ

mahabharatanews

ଏହି ମନ୍ଦିରେ ପାଳନ ହୁଏ ‘ନେକେଡ ଫେଷ୍ଟିଭାଲ’

mahabharatanews