ଓଡିଶା

ବାଉନସର ପ୍ରସଙ୍ଗରେ ମତ ପରିବର୍ତ୍ତନ କଲେ ସୁର

(ଆଦର୍ଶ ରାଉତ): କଂଗ୍ରେସ ଭବନରେ ବାଉନସର ବଳୟକୁ ନେଇ ମତ ବଦଳାଇଲେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ । ସୁର କହିଛନ୍ତି,ଆମ ନେତା କେହି ବାଉନସର ଆଣିନଥିଲେ । କଂଗ୍ରେସ ଭବନକୁ ଆସିଥିବା ବାଉନସରଙ୍କୁ ଆମର କେହି ନେତା ଆଣିନଥିଲେ । ବିରୋଧୀ ଆମକୁ ବଦନାମ କରିବାକୁ ବାଉନସର ପଠାଇଥିଲେ ।
ସେପଟେ କଂଗ୍ରେସ ଭବନରେ ବାଉନସର ପ୍ରସଙ୍ଗରେ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏଇଟା ଭୁଲ ବାର୍ତ୍ତା ଦେଇଛି । ସ୍ପଷ୍ଟ ଚିତ୍ର ଦାରକାର । ମୁଁ ପିସିସି ସଭାପତିଙ୍କ ସହ ଆଲୋଚନା କରିବି । ତଦନ୍ତ ହେବା ଦରକାର । ତେବେ କଂଗ୍ରେସରେ ବାଉନସର ବଳୟକୁ ନେଇ କିଛିଦିନ ତଳେ ସୁର କଡା ବିରୋଧ କରିଥିଲେ କିନ୍ତୁ ଆଜି ସୁରଙ୍କ ପରିବର୍ତ୍ତିତ ସ୍ୱର ଦେଖି ଜଣାପଡୁଛି କିଛି ରାଜନୈତିକ ଚାପ ପଡିଥାଇପାରେ । କିଛି ଦିନ ତଳେ ବାଉନସର ପ୍ରସଙ୍ଗକୁ ନେଇ ସୁର କହିଥିଲେ ଯେ, କଂଗ୍ରେସ ଭବନକୁ ବାଉନସର ଆଣିବା ଠିକ୍ ହୋଇନି । ରାଜନୀତିରେ ଏମିତି ଉଚିତ୍ ନୁହେଁ, ଗୁଣ୍ଡା ଶାସନକୁ ବରଦାସ୍ତ କରିବୁ ନାହିଁ । ଆମକୁ କ’ଣ ବାଉନସର ବଳିଯିବେ କି ବୋଲି ପ୍ରଶ୍ନ କଲେ ସୁର । ଛାତିକୁ ଧରି ବେକକୁ ଚିପି ଦେବୁ ଯେ ମଳତ୍ୟାଗ କରିବ ପକାଇବ । ଆମେ ଡାକିଲେ ୫ହଜାର ଲୋକ ଆସିବେ, ବାଉନସର କ’ଣ କରିବେ ବୋଲି କଡା ଶଦ୍ଦରେ ସମାଲୋଚନା କରିଥିଲେ ।

Related posts

ଲାଲବାହିନୀର ଉନ୍ମତ୍ତକାଣ୍ଡ

mahabharatanews

ଆସନ୍ତା ୩ ଦିନ କିଛି ସ୍ଥାନରେ ବର୍ଷା ସମ୍ଭାବନା 

mahabharatanews

ବାଦାମ ପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଟିପିଏନଓଡିଏଲ ଏବଂ ଅଗ୍ନୀଶମ ବିଭାଗ ତରଫରୁ ଅଗ୍ନିଶମ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

mahabharatanews