Uncategorized

ସିଏଏକୁ ନେଇ ଅମିତ ଶାହାଙ୍କୁ ଜେଡିୟୁ ଉପାଧ୍ୟକ୍ଷଙ୍କ ଚ୍ୟାଲେଞ୍ଜ

(ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନକୁ ନେଇ ଜନତା ଦଳ ୟୁନାଇଟେଡ (ଜେଡିୟୁ)ର ଉପାଧ୍ୟକ୍ଷ ତଥା ରାଜନୈତିକ ରଣନୀତି ପ୍ରସ୍ତୁତକର୍ତ୍ତା ପ୍ରଶାନ୍ତ କିଶୋର ବାରମ୍ବାର ବିରୋଧ କରିଆସୁଛନ୍ତି । ବିରୋଧ ସତ୍ତେ୍ୱ ସିଏଏ ହଟିବ ନାହିଁ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର କହିଥିଲେ । ଏହାପରେ ବୁଧବାର ଟୁଇଟ କରି ପ୍ରଶାନ୍ତ କିଶୋର ଅମିତ ଶାହଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି, ସିଏଏକୁ ନେଇ ବିରୋଧ ଓ ମତଭେଦ ଦେଖାଦେଇଥିଲେ ହେଁ ଏହାକୁ ନହଟାଇବାର ଅର୍ଥ ସରକାର ଶକ୍ତିଶାଳୀ ବୋଲି ପ୍ରମାଣିତ ହେଉନାହିଁ । ଯଦି ସିଏଏ, ଏନଆରସିକୁ ବିରୋଧ କରୁଥିବା ଲୋକଙ୍କ ବାବଦରେ ସରକାର ଚିନ୍ତା କରୁନାହାନ୍ତି ତାହେଲେ ଏନଆରସିକୁ କାହିଁକି ଧାରାବାହିକ ଭାବରେ ଲାଗୁ କରୁନାହାନ୍ତି ବୋଲି ପ୍ରଶାନ୍ତ କହିଛନ୍ତି । ସୂଚନାଯୋଗ୍ୟ, ଗତକାଲି ଲକ୍ଷେ୍ନøଠାରେ ସିଏଏ ସମର୍ଥନରେ ବିଜେପି ଆୟୋଜିତ ଏକ ଶୋଭାଯାତ୍ରାରେ ଯୋଗ ଦେଇ ଶାହା କହିଥିଲେ, ସିଏଏକୁ ବିରୋଧ କରି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡିକ ଭୋଟବ୍ୟାଙ୍କ ହାସଲ ପାଇଁ ମିଛ ପ୍ରଚାର କରୁଛନ୍ତି । କୌଣସି ପରିସ୍ଥିତିରେ କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରିବେ ନାହିଁ ।

Related posts

ଏଣିକି ମହିଳାଙ୍କୁ ଅସଦାଚରଣ କଲେ ପଡ଼ିବ ମହଙ୍ଗା, କାନଫୁଲ କରିବ ସାବାଡ଼

mahabharatanews

ସିନଜିଆଙ୍ଗ ଅଞ୍ଚଳରେ ସଂଖ୍ୟାଲଘୁଙ୍କ ମାନବାଧିକାର ଉଲଂଘନ ନେଇ ୟୁଏନର ଚେତାବନୀ

mahabharatanews

ଆମେରିକାରେ କରୋନା ସଂକ୍ରମଣ ୭ଲକ୍ଷ ୫୯ ହଜାର ୬୮୭, ମୃତ୍ୟୁ ୪୦ ହଜାର ୬୮୨

mahabharatanews