Uncategorized

ସିଏଏ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ସନ୍ଦେହ

(କୋଟା): ନାଗରିକତା ସଂଶୋଧନ ଆଇନ (ସିଏଏ) ବାବଦରେ ତଥ୍ୟ ସଂଗ୍ରହ କରୁଥିବା ସନ୍ଦେହ କରି ରାଜସ୍ଥାନରେ ଜଣେ ମହିଳା ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ନଜୀରାନ ବାଡୋ ନାମକ ଜଣେ ମହିଳା ୨୦୧୯-୨୦ ଜନଗଣନା ପାଇଁ ରାଜସ୍ଥାନର କୋଟାରେ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରୁଥିଲେ । ଏହି ସମୟରେ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ସିଏଏକୁ ନେଇ ସରକାର ପ୍ରତି ଘରୁ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଦେଇଥିବା ସନ୍ଦେହ କରି ଲୋକମାନେ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ତାଙ୍କ ମୋବାଇଲ ଛଡାଇ ନେବା ସହ ଆପ୍ ଜରିଆରେ ଜନଗଣନା ପାଇଁ ସଂଗ୍ରହ କରିଥିବା ତଥ୍ୟକୁ ମଧ୍ୟ ଡିଲେଟ କରିଦେଇଛନ୍ତି । ତେବେ ମହିଳା ଜଣକ ମୁସଲିମ ବୋଲି ନିଜର ପରିଚୟ ଦେବାରୁ ଲୋକମାନେ ତାଙ୍କୁ ଛାଡି ଦେଇଥିଲେ । ପୋଲିସ ଏହି ଘଟଣାରେ ଜଣକୁ ଗିରଫ କରିଛି । ସେହିପରି ପଶ୍ଚିମବଙ୍ଗରେ ଗୁଗୁଲ ଇଣ୍ଡିଆ ଓ ଟାଟା ଟ୍ରଷ୍ଟର ଡିଜିଟାଲ ସାକ୍ଷରତା ସର୍ଭେ କରୁଥିବା ଜଣେ ଯୁବତୀଙ୍କୁ ମଧ୍ୟ ସମାନ କାରଣ ପାଇଁ ସ୍ଥାନୀୟ ଲୋକଙ୍କ ରୋଶର ଶୀକାର ହେବାକୁ ପଡିଛି । ଚୁମକି ଖାତୁନ ନାମକ ୨୦ ବର୍ଷିୟା ଯୁବତୀ ଏନଆରସି ଓ ସିଏଏ ପାଇଁ ତଥ୍ୟ ସଂଗ୍ରହ କରୂଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ତାଙ୍କୁ ମାଡ ମାରିବା ସହ ତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ।

Related posts

ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ଦିଲ୍ଲୀ ହିଂସାର ସପ୍ତାହ ପରେ ସ୍ଥିତି ସ୍ୱାଭାବିକ ହେଉଛି

mahabharatanews

ଅନିଲ ଚୌଧୁରୀ ଦିଲ୍ଲୀ, ଡିକେ ଶିବକୁମାର କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ

mahabharatanews