ଓଡିଶା

ବନ୍ଧୁକ ଦେଖାଇ ମନ୍ଦିରରୁ ଲୁଟ

କନ୍ଧମାଳ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ କରଡା ଗ୍ରାମରେ ମନ୍ଦିରରୁ ଲୁଟ ହୋଇଥିବା ସୂଚନା ରହିଛି । ମନ୍ଦିର ପୂଜାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟ ହୋଇଛି ।

ସୂଚନା ଅନୁଯାୟୀ, କନ୍ଧମାନ ଜିଲ୍ଲା ରାଇକିଆ ବ୍ଲକ କରଡା ଗ୍ରାମରେ ଏକ ହନୁମାନ ମନ୍ଦିର ରହିଛି । ସେହି ମନ୍ଦିରରେ ପୂଜାରୀ ରହିଥାନ୍ତି । ଗତକାଲି ରାତି ପ୍ରାୟ ୩ଟାରେ ପୂଜାରୀ ପରିସ୍ରା ପାଇଁ ଉଠି ମନ୍ଦିରର ଦ୍ୱାର ଖୋଲି ବାହାରକୁ ବାହାରିବା ବେଳେ କେତେଜଣ ଦୁର୍ବୃତ୍ତ ମୁହଁରେ କପଡା ବାନ୍ଧି ପୂଜାରୀଙ୍କୁ ଘେରି ଯିବା ସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ ତାଙ୍କ କୋଠରୀ ଭିତରକୁ ନେଇ ଯାଇଥିଲେ ଏବଂ ତାଙ୍କପାଖରେ ଥିବା ମନ୍ଦିରର ଟଙ୍କା ଦେବାକୁ ଧମକାଇ ଥିଲେ । ପୂଜାରୀ ଭୟଭୀତ ହୋଇ ଯାହା ଟଙ୍କା ଥିଲା ଦେଇଥିଲେ । ଏହାକୁ ନେଇ ଆଜି ପୂଜାରୀ ଥାନାରେ ଏକ ଏତଲା ଦାୟର କରିଛନ୍ତି । ପୂଜାରୀଙ୍କ ଅନୁଯାୟୀ ପ୍ରାୟ ୪୦ ହଜାର ଟଙ୍କା ଦୁର୍ବୃତ୍ତମାନେ ନେଇଯାଇଛନ୍ତି । ଏହି ଘଟଣାରେ ପୁଲିସ ଛାନଭିନ କରିବା ଆରମ୍ଭ କରିଛି ।

Related posts

 ଖରାରୁ ସାମାନ୍ୟ ଆଶ୍ୱସ୍ତି 

mahabharatanews

ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ

mahabharatanews

ସରକାରୀ ଚାକିରିଆଙ୍କ ଛୁଟି ବାତିଲ

mahabharatanews