ଅପରାଧ

ରାସ୍ତା ନିର୍ମାଣ କାଳରେ ନକ୍ସଲଙ୍କ ତାଣ୍ଡବ

ବୋକାରୋ: ବୋକାରୋର ଗୋମାନିଆ ଅଞ୍ଚଳରେ ଚାଲିଥିବା ଏକ ରାସ୍ତା ନିର୍ମାଣ ବେଳେ ଏକ ନକ୍ସଲ ଦଳ କାମରେ ନିୟୋଜିତ ସୁପରଭାଇଜରଙ୍କୁ ହତ୍ୟା କରିବା ସହ ଏକ ଜେସିବିକୁ ଜଳାଇ ଦେଇଛନ୍ତି ବୋଲି ପୁଲିସ ସୂଚନାରୁ ଜଣାପଡିଛି ।

ଗୋମିଆ ଓ ତୁତିଝରଣ ଗ୍ରାମ ମଧ୍ୟରେ ଏହି ହତ୍ୟାକାଣ୍ଡ ସଂଗଠିତ ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସେଠାରେ ରାସ୍ତା କାମ ଚାଲିଥିଲା । ସେଠାରେ ନକ୍ସଲମାନେ ପହଁଚି କାମରେ ଥିବା ସୁପରଭାଇଜରଙ୍କୁ ହତ୍ୟା କରିବା ସହ ଜେସିବିକୁ ଜାଲିଦେଇଥିଲେ । ଘଟଣା ପରେ ପରେ ସୂଚନା ପାଇ ସେଠାରେ ପୁଲିସ ପହଞ୍ôଚଥିଲା । ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି ।

Related posts

୧୫ ଲକ୍ଷ ଟଙ୍କାର ଧଳା ଜହର ଜବତ ! ଦୁଇ ଗିରଫ

mahabharatanews

ଚୋରା କାଠ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ, ୩ ଗିରଫ

mahabharatanews

ଏସଟିଏଫ୍ ହାତରେ ବାଘ ଛାଲ ବେପାରୀ

mahabharatanews