Uncategorized

ସମ୍ପର୍କୀୟା ଖୁଡିଙ୍କୁ ଦୁଷ୍କର୍ମ ଅଭିଯୋଗ, ପୁତୁରା ଗିରଫ

(ମହାଭାରତ, ଜଳେଶ୍ୱର): ଜଳେଶ୍ୱର ଜିଲ୍ଲା ସିଂଲା ଥାନା ଅଧିନ କୁଣ୍ଡୁଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଗୋଟିଏ ପରିବାରର ଯୁବକ ନିଜର ସମ୍ପର୍କିୟା ଖୁଡିଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରେ ଅଭିଯୁକ୍ତ ପୁତୁରାକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଏହି ଗାଁର ଦୁର୍ଗା ଟୁଡୁ ବୋଲି ଜଣାପଡିଛି । ଅଭିଯୋଗ ଅନୁଯାୟୀ, ଯୁବକ ଜଣକ ଗତ ସୋମବାର ନିଜର ପଡୋଶୀ ଘରର ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ମହିଳା ଜଣକ ଉକ୍ତ ଯୁବକଙ୍କର ସମ୍ପର୍କୀୟା ଖୁଡି ବୋଲି ଜଣାପଡିଛି । ତେବେ ଦୁଷ୍କର୍ମ ଉଦ୍ୟମ ବେଳେ ମହିଳା ଜଣକ ଏହାର ପ୍ରତିବାଦ କରିବାରୁ ଯୁବକ ଜଣକ ଉକ୍ତ ମହିଳାଙ୍କ ପାଟିରେ ଲୁଗା ଭର୍ତ୍ତି କରି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହାପରେ ମହିଳାଙ୍କ ଦେହର ବିଭିନ୍ନ ସ୍ଥାନରେ ଚେଙ୍କ ଦେଇଥିଲେ । ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ । ପୀଡିତା ଜଣକ ଏସବୁ ଖାତିର ନ କରି ସିଂଲା ଥାନାରେ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିବା ସହ ଘଟଣାର ତଦନ୍ତ ଚଳାଇଛି । ଏଭଳି ଘଟଣାକୁ ସ୍ଥାନୀୟ ଅଞ୍ଚଳବାସୀମାନେ ନିନ୍ଦା କରିଛନ୍ତି ।

Related posts

କିର୍ଗିସ୍ତାନରେ ୩ କରୋନା ଆକ୍ରାନ୍ତ

mahabharatanews

ଉତ୍ତେଜକ ଭାଷଣ: ପୂର୍ବତନ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ନାମରେ ମାମଲ।

mahabharatanews

ସୁଗୀବେନର ଲେଖକଙ୍କୁ ବୁକର ପୁରସ୍କାର

mahabharatanews