ଓଡିଶା

ସାରସକଣା ବ୍ଲକ ସ୍ଥରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଉଦଘାଟନ

(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ସାରସକଣାବ୍ଲକ ର ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ହୋଇଥିଲା । ଏହି ଶିବିରକୁ ସାରସ କଣା ବିଧାୟକ ଡା.ବୁଢ଼ାନ ମୁର୍ମୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନାକର ଶର୍ମା, ଜି ପି ଇ ଓ ଚୁନୁ ହାସଦା ପାଦରେ ଚପଲ ପିନ୍ଧି ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ରିବନ କାଟି ଶୁଭ ଉଦଘାଟନ କରିବାର ଦେଖିବାକୁ ମିଳିଥିଲା।ଏହି ଶିବିରରେ ୩୮୯ଜଣ ଭିନ୍ନକ୍ଷମ ପଞ୍ଜିକୃତ ହୋଇଥିବା ବେଳେ ୩୫ ଜଣକୁ ବିଭିନ୍ନ ପ୍ରକାର ପ୍ରମାଣ ପତ୍ର ଦିଆଯାଇଥିଲାକ୍ଷ କିନ୍ତୁ ଜଣେ ବିଧାୟକ ପାଦରେ ଚପଲ ପିନ୍ଧି ପ୍ରଦୀପ ପ୍ରଜ୍ୱଳନ କରିବା କେତେ ଦୁର ଯୁକ୍ତିଯୁକ୍ତ ତାହା ସାଧାରଣ ରେ ଚର୍ଚ୍ଚା ଚାଲିଛି। ଆମ ହିନ୍ଦୁ ଧର୍ମର ବଡ ଠାକୁରଙ୍କୁ ଅସମ୍ମାନ କରିବା ସହିତ ସମାନ କହିଲେ କିଛି କମ ହେବ ନାହିଁ । ଗୋଷ୍ଟି ଉନ୍ନୟନ ଅଧିକାରି ସୁନାକର ଶର୍ମା ମଧ୍ୟ ଯୋତା ପିନ୍ଧି ପ୍ରଦୀପ ଜାଳି ଧୁପ ଲଗେଇବାର ଦେଖିବାକୁ ମିଳିଥିଲା ।ତେବେ ସାଧାରଣରେ ଆଲୋଚନା ହେଉଛି ଜଣେ ଲୋକପ୍ରତିନିଧି ହୋଇ ଏହିଭଳି କାର୍ୟ୍ୟ କରନ୍ତି ଏହିଭଳି ଲୋକପ୍ରତିନିଧି ଠାରୁ କଣ ଆଶା କରିବେ ବୋଲି ଚର୍ଚ୍ଚା ଜୋରଧରିଛି ।

Related posts

ମନ୍ଦିର ପରିସରରେ ବିଦେଶୀ ପର୍ଯ୍ୟଟକ 

mahabharatanews

ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

mahabharatanews

ଆଳୁ ଗୋଦାମର ସ୍ଥିତି ପରଖିଲେ ଖାଦ୍ୟଯୋଗାଣ ମନ୍ତ୍ରୀ

mahabharatanews