ଓଡିଶା

ବରୁଣେଇ ପାଦଦେଶରେ ଗୁରୁ ଶିଷ୍ୟ ମିଳନ ଉତ୍ସବ

ଖୋର୍ଦ୍ଧା: ଶିକ୍ଷକ ଓ ଛାତ୍ରଙ୍କର ଭାବର ଆଦାନ ପ୍ରଦାନ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ଖୋର୍ଦ୍ଧାର ପ୍ରସିଦ୍ଧ ମା ବରୁଣେଇଙ୍କ ପାଦଦେଶରେ ୧୯୮୨ ମସିହା ଖୋର୍ଦ୍ଧା ବିଜେବି ଉଚ୍ଚ ବିଦ୍ୟାଳୟ ମାଟ୍ରିକ୍ ବ୍ୟାଚର ଶିକ୍ଷକ ଓ ଛାତ୍ରଙ୍କ ବନ୍ଧୁ ମିଳନ ଉତ୍ସବ ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି । ଗୁରୁ ଶିଷ୍ୟଙ୍କର ଏହି ମିଳନ ଦୃଶ୍ୟକୁ ବରୁଣେଇଙ୍କ ପାଦ ଦେଶକୁ ଆସୁଥିବା ଶହ ଶହ ପର୍ଯ୍ୟଟକମାନେ ବେଶ ଉପଭୋଗ କରିଥିଲେ । ଗୁରୁ ଶିଷ୍ୟଙ୍କର ଏହି ଭାବର ଅଦାନା ପ୍ରଦାନକୁ ପ୍ରାୟ ଶତ ପ୍ରତିଶତ ଛାତ୍ରମାନେ ଦେଶର କୋଣ ଅନୁକୋଣରେ ଶିର୍ଷସ୍ଥାନରେ ପହଁôଚ ପାରିଥିବା ଜାଣି ଶିକ୍ଷକମାନେ ଭାବ ବିହୋଳ ହୋଇପଡ଼ିଥିଲେ । ଛାତ୍ରମାନଙ୍କୁ ଆହୁରି ଆଗକୁ ଯିବାକୁ ପରାମର୍ଶ ଦେଇଥିଲେ । ଏହି ଗୁରୁ ଶିଷ୍ୟଙ୍କର ମିଳନ ଉତ୍ସବରେ ଶିକ୍ଷକ ବେଣୁଧର ସାହୁ, ଦୟାନିଧି ସାହୁ, ଶେଖ୍ ମଜହର୍‌, ଗଙ୍ଗାଧର ପୃଷ୍ଟି, ରମେଶ ଚନ୍ଦ୍ର ପ୍ରଧାନ, କିଶୋର ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ଛାତ୍ରମାନଙ୍କ ମଧ୍ୟରୁ ଲଳିତ କୁମାର ଦାଶ, ସଂଜୟ କୁମାର ଅଗ୍ରୱାଲା, ସମୀର ମହାପାତ୍ର, ବଳରାମ ମହାନ୍ତି ପ୍ରମୁଖ ଗୁରୁମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବକୁ ସଂଯୋଜକ, ସାମ୍ବାଦିକ ସୟଦ ଲିୟାକତ ଅଲ୍ଲୀ ସୂଚାରୁ ରୂପେ ସମ୍ପାଦନ କରିଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ଶ୍ରୀବତ୍ସ ମହାନ୍ତି, ଶ୍ରୀନିବାସ ମହାରଣା, ବନକିଶୋର ବେଜ ପ୍ରମୁଖ ।

Related posts

ଭୟବିତ କରୁଛି ‘ମଙ୍କିପକ୍ସ’ : ୧୦୦୦ରୁ ଅଧିକ ଲୋକ ସଂକ୍ରମିତ

mahabharatanews

ଉତ୍କଳମଣି ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି ପକ୍ଷରୁ ମାକ୍ସ ବିତରଣ

mahabharatanews

ଧାନମଣ୍ଡଳରେ ସ୍ୱେଚ୍ଛାସେବୀ ସଂଗଠନର ରକ୍ତଦାନ ଶିବିର

mahabharatanews