Uncategorized

ସିଏଏ ମୁସଲମାନ ବିରୋଧୀ ନୁହେଁ: ରଜନୀକାନ୍ତ

(ଚେନ୍ନାଇ): କେନ୍ଦ୍ରର ନାଗରିକତା ସଂଶୋଧନ ଆଇନ (ସିଏଏ) ମୁସଲମାନ ବିରୋଧୀ ବୋଲି କହୁଥିବା ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ସାଉଥ୍ ସୁପରଷ୍ଟାର ରଜନୀକାନ୍ତ । ଏହି ଆଇନ ମୁସଲମାନ ବିରୋଧୀ ନୁହେଁ । ଯଦି କେବେ ଏହା ମୁସଲମାନଙ୍କୁ କ୍ଷତି ପହଞ୍ଚାଇବ ତେବେ ପ୍ରଥମେ ସେ ଏହାର ବିରୋଧ କରିବେ ବୋଲି କହିଛନ୍ତି । ଏପରିକି ଜାତୀୟ ଜନଗଣନା ପଞ୍ଜିକରଣ (ଏନପିଆର) ଦେଶ ପାଇଁ ଜରୁରୀ ବୋଲି ସେ କହିଛନ୍ତି । ଆସନ୍ତା ବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନ ହେବ । ଏଣୁ ଏହି ସାଉଥ୍ ସୁପରଷ୍ଟାର ଖୁବ ଶୀଘ୍ର ରାଜନୀତିରେ ପାଦ ଥାପିବେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ସେ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ହିଂସା ଏବଂ ଦଙ୍ଗା କୌଣସି ପ୍ରସଙ୍ଗର ସମାଧାନର ସୂତ୍ର ନୁହେଁ ବୋଲି ସେ ନିଜ ସମର୍ଥକ ଓ ଛାତ୍ରଛାତ୍ରୀଙ୍କୁ କହିବା ସହ ଜାତୀୟ ସୁରକ୍ଷା ଏବଂ ଅଖଣ୍ଡତା ଲକ୍ଷ୍ୟ ରଖି କାମ କରିବାକୁ ହେବ ବୋଲି ରଜନୀକାନ୍ତ କହିଛନ୍ତି ।

Related posts

ଋଷିକୂଲ୍ୟା ନଦୀରେ ୨ ଜଣ ନାବାଳକଙ୍କ ନିଖୋଜ ଘଟଣା : ଏଯାଏଁ ମିଳୁନି ପତ୍ତା

mahabharatanews

ଭୁଶୁଡ଼ିଲା ବିଲ୍ଡିଂ : ଗୋଟିଏ ପରିବାରର ୩ ମହିଳା ମୃତ

mahabharatanews

ସେନା ଗୁଳିରେ କୁଖ୍ୟାତ ଆତଙ୍କୀ ଆଦିଲ ନିହତ

mahabharatanews