ଓଡିଶା

ବିଲରେ ପସିି କାର ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର

(ମହାଭାରତ, ସୋନପୁର): ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଏସ ରାମପୁର ମୁଖ୍ୟ ରାସ୍ତାରେ ଏକ ସଡକ ଦୁର୍ଘଟଣା ଘଟିଛି । ଏକ କାର ଭାରସାମ୍ୟ ହରାଇ ବିଲରେ ପଶି ଓଲଟି ପଡିଛି । ସ୍ଥାନୀୟ ଲୋକେ କାର୍ ଚାଳକଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସୂଚନା ଅନୁସାରେ, ଶନିବାର ସକାଳେ କାରଟି ରାମପୁରରୁ ଡୁଙ୍ଗୁରିପାଲି ଯାଉଥିଲା । ଏହି ସମୟରେ ଗାଡିଟି ଭାରସାମ୍ୟ ହରାଇ ବିଲ ଭିତରକୁ ପଶି ଯାଇ ଓଲଟି ପଡିଥିଲା । ଗାଡି ଚାଳକଙ୍କ ପରିଚୟ ଏଯାଏ ମିଳିନାହିଁ । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଦୁର୍ଘଟଣା ଘଟିବା ବେଳେ କାରରେ ଚାଳକଙ୍କ ବ୍ୟତୀତ ଆଉ କେହି ନଥିବା ଜଣାପଡିଛି ।

Related posts

ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରେ  ସଂଖ୍ୟା ୩୨୭କୁ ବୃଦ୍ଧି

mahabharatanews

ହତ୍ୟା ନା ଆତ୍ମହତ୍ୟା, ସନ୍ଦେହ ଘେରରେ ଯନ୍ତ୍ରୀଙ୍କ ମୃତ୍ୟୁ

mahabharatanews

ମେ’ ୨୩ତାରିଖରେ ଓଏଏସ ପ୍ରିଲିମିନାରୀ ପରୀକ୍ଷା

mahabharatanews