Uncategorized

ତ୍ରିପୁରାରେ ସିଏଏକୁ ବିରୋଧ କରି ବାଇକ୍ ରାଲି

(ମହାଭାରତ, ଖୁମୁଲୱଙ୍ଗ): ତ୍ରିପୁରାର ଖୁମୁଲୱଙ୍ଗ ଠାରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଛି । ଶହ ଶହ ସଂଖ୍ୟାରେ ବାଇକ୍ ଆରୋହୀ ଏଥିରେ ଭାଗ ନେଇଥିଲେ । ଦିଲ୍ଲୀରେ ସିପିଏମ ଭଳି ଦଳ ଏହି ଆଇନକୁ ବିରୋଧ କରୁଥିବା ବେଳେ ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ମାଣିକ ସରକାର ସ୍ୱର ଉତ୍ତୋଳନ କରିବା ପରିବର୍ତ୍ତେ ଚୁପ୍ ରହିଛନ୍ତି ବୋଲି ରାଲିରେ ଅଂଶ ଗ୍ରହଣ କରିଥିବା ବାଇକ୍ ଆରୋହୀ ମାନେ କହିଛନ୍ତି । ଏହି ଆଇନ ଦ୍ୱାରା ଦେଶର ଜନସଂଖ୍ୟା ବଢିବ । କାରଣ ଏହି ଆଇନ ପଡୋଶୀ ଦେଶର ସଂଖ୍ୟାଲଘୁ ଲୋକଙ୍କୁ ନାଗରିକତା ଦେବ । ସେଥିପାଇଁ ସିଏଏ ବିରୋଧରେ ପ୍ରଚାର କରିବା ପାଇଁ ବାଇକ୍ ଆରୋହୀମାନେ ତ୍ରିପୁରାର ପ୍ରତିଟି ଗାଁ ବୁଲିବେ । ସେଠାରେ ଲୋକଙ୍କୁ ଏହି ଆଇନ ଲୋକଙ୍କ ପାଇଁ କେତେ କ୍ଷତିକାରକ ସେନେଇ ସଚେତନ କରିବେ ବୋଲି ଜଣେ ବାଇକ୍ ଆରୋହୀ ଗଣମାଧ୍ୟମକୁ କହିଛନ୍ତି । ସୂଚନାଯୋଗ୍ୟ, ସିଏଏକୁ ନେଇ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଏହାକୁ ବିରୋଧ କରାଯାଉଛି ।

Related posts

 ମୌସୁମୀ ଅଧିବେଶନ ଆରମ୍ଭ 

mahabharatanews

ରାଜମୁନ୍ଦରୀରେ ଖୋଲିଲା ‘ଦିଶା’ ଥାନା

mahabharatanews

ଦିନକରେ ୨୪ ହଜାରରୁ ଅଧିକ ପଜିଟିଭ, ଦେଶରେ ୭ ଲକ୍ଷ ପାଖାପାଖି ହେଲା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews